ରାଉରକେଲା: କେନାଲ ବାଲିରେ ପୋତା ଯାଇଥିବା ନବଜାତ ଶିଶୁ କନ୍ୟା ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି

ରାଉରକେଲା: ଆଜି ସକାଳୁ ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ବିଷ୍ଣୁଡିହି ଗ୍ରାମରୁ କେନାଲ ବାଲିରେ ପୋତା ଯାଇଥିବା ଏକ ସଦ୍ୟଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗାଁ ନିକଟରେ ଥିବା ସାନଝରଣ ନାଳ ଭିତରେ ବାଲିରେ କେବଳ ମୁହଁକୁ ଛାଡ଼ି ପୋତା ଯାଇଥିବା ଏହି ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଚିକିତ୍ସା ପାଇବା ପରେ ଶିଶୁଟି ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି କେତେକ ଲୋକେ ସାନଝରଣ ନାଳ ଦେଇ ଯାଉଥିବା ବେଳେ ଏକ ଶିଶୁର କୁଆଁ କୁଆଁ କାନ୍ଦ ଶୁଣିବାକୁ ପାଇଥିଲେ। ସଙ୍ଗେସଙ୍ଗେ ଲୋକେ ସେଠାରେ ପହଞ୍ଚି ଯାହ ଦେଖିଥିଲେ ସେଥିରେ ସେମାନଙ୍କର ଆଶ୍ଚର୍ଯ୍ୟର ସୀମା ରହି ନ ଥିଲା। କେହି ଜଣେ ଏକ ନବଜାତ ଶିଶୁକୁ ବାଲିରେ ଶରୀରର ଅର୍ଦ୍ଧାଧିକ ପୋତି ଦେଇ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଆଜି ଭୋରରୁ କେହି ଏପରି କାଣ୍ଡ କରିଥିବା ସନ୍ଦେହ କରାଯାଉଛି। ତେବେ ଲୋକେ ବାଲି ଖୋଳି ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର