ଭଞ୍ଜନଗର:ବିଲ ହୁଡ଼ାରୁ ମିଳିଲା ନବଜାତ ଶିଶୁ ପୁତ୍ର

ଭଞ୍ଜନଗର:ଆଜି ସକାଳେ ଗଞ୍ଜାମ ଗିଲ୍ଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ସରଣ ନୂଆପଲ୍ଲୀ ଗ୍ରାମ ନିକଟସ୍ଥ ବିଲ ହୁଡ଼ାରୁ ଏକ ସଦ୍ୟଜାତ ଶିଶୁପୁତକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଶିଶୁ ପୁତ୍ରଟିକୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଶିଶୁପୁତ୍ରଟିର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବେଲଗୁଣ୍ଠା ବ୍ଲକ୍‌ର ସରଣ ନୂଆପଲ୍ଲୀ ଗ୍ରାମର ଜଣେ ବୃକ୍ତି ଶୌଚ ହେବା ପାଇଁ ବିଲକୁ ଯାଇଥିବା ବେଳେ ବିଲ ହୁଡ଼ାରେ ଏକ ଶିିଶୁର କାନ୍ଦ ଶୁଣିବାକୁ ପାଇଥଲେ। ଏ ନେଇ ବ୍ୟକ୍ତିଜଣକ ଗାଁର ଆଶାକର୍ମୀଙ୍କୁ ଜଣାଇଥିଲେ। ଆଶାକର୍ମୀ ଗ୍ରାମର ଅନ୍ୟ ଜଣେ ଭଦ୍ରଲୋକଙ୍କ ସହିତ ବିଲକୁ ଯାଇ ସେଠାରେ ହୁଡ଼ା ଉପରେ ପଡ଼ିଥିବା ଶିଶୁପୁତ୍ରଟିକୁ ଉଦ୍ଧାର କରିଥିଲେ। ପରେ ଏହି ଶିଶୁପୁତ୍ରଟି ଆଶାକର୍ମୀ ଆଣି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସ ଓ ଚାଇଲ୍ହ ଲାଇନ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି। ଶିଶୁଟିର ଏବେ ଭଞ୍ଜନଗର ଡାକ୍ତରଖାନାରେ ଥିବା ନବଜାତ ଶିଶୁ ଯତ୍ନକେନ୍ଦ୍ରରେ ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର