କଟକ/ଭଦ୍ରକ: ଭଦ୍ରକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରଜାପଥର ଆଖୁଆପଦାଠାରୁ ଭଦ୍ରକର ରାଣୀତାଲ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହେବାକୁ ଥିବା ଫ୍ଲାଏ ଓଭରବ୍ରିଜ୍ ଓ ଅଣ୍ଡର ପାସ୍ ନିର୍ମାଣ କାମ ଏବେ ସୁଦ୍ଧା କର୍ତ୍ତୃପକ୍ଷ ଆରମ୍ଭ କରୁ ନାହାନ୍ତି। ଏହା ଦ୍ଵାରା ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଏଭଳି ଖାମ ଖିଆଲି ଆଚରଣ ପାଇଁ ବରିଷ୍ଠ ଆଇନଜୀବୀ ଅମ୍ବୁଜ ପରିଡା ହାଇକୋର୍ଟରେ ଏକ କେସ୍ ଫାଇଲ କରିଥିଲେ। ଏଇ ମାମଲାରେ ଆଜି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଜାତୀୟ ରାଜପଥ କତ୍ତୃପକ୍ଷଙ୍କୁ ନୋାଟିସ୍ କରିଛନ୍ତି। ତୁରନ୍ତ ରାଜପଥରେ ଅଣ୍ଡରପାସ୍ ଓ ଫ୍ଲାଏଓଭରବ୍ରିଜ୍ କାମ ନିର୍ମାଣ କରାଯାଉ ବୋଲି ନିର୍ଦ୍ଦେଶ ଦେବା ସହ କାହିଁକି ଏହି କାମ ଆଜି ପର୍ଯ୍ୟନ୍ତ କରାଯାଇ ନାହିଁ। ଏହାର କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରିଛନ୍ତି।
ଗତ କିଛି ବର୍ଷ ମଧ୍ୟରେ ରାଣୀତାଲ ଛକରେ ୫୦ରୁ ଉର୍ଦ୍ଧ୍ୱ ଦୁର୍ଘଟଣା ଘଟି ବହୁ ଲୋକଙ୍କର ଜୀବନ ଯାଇଛି। ଗତ ବର୍ଷ ମଧ୍ୟ ଏହି ଛକ ନିକଟରେ ସ୍କୁଲ ପିଲାଙ୍କର ଉପରେ ଟ୍ରକ ଚି ଯିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ଦିନ ଠାରୁ ପୋଲ ନିର୍ମାଣ ପାଇଁ ଦାବି ଜୋର ଧରିଛି।