କାମାକ୍ଷାନଗର: ବିଜେଡି ନେତାଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ କାମାକ୍ଷାନଗରଠାରେ ଜାତୀୟ ରାଜପଥ ଅବରୋଧ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ଗୁଳି କରି ହତ୍ୟା କରାଯିବା ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରି ରଖିଛନ୍ତି। ଫଳରେ ତାଳଚେର କାମାକ୍ଷାନଗର ଯାଜପୁର ମଧ୍ୟରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି। ଶ୍ରୀ ପରିଡ଼ରଙ୍କ ହତ୍ୟାକାରୀଙ୍କୁ ଧରିବାରେ ପୁଲିସ ଶିଥିଳତା ଅବଲମ୍ବନ କରୁଥିବା ଅଭିଯୋଗ କରି ଲୋକେ ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ କେବେ ଶ୍ରୀ ପରିଡ଼ାଙ୍କ ହତ୍ୟାକାରୀକୁ ଗିରଫ କରାଯିବ ସେ ନେଇ ବରିଷ୍ଠ ପୁଲିସ ଅଧିକାରୀମାନେ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଲୋକେ ଦାବି କରିଛନ୍ତି।


ସୂଚନାଯୋଗ୍ୟ ଯେ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ା ଗତକାଲି ସକାଳେ କାମାକ୍ଷାନଗର ଗାନ୍ଧୀ ମନ୍ଦିର ନିକଟରେ ଯାଉଥିବା ବେଳେ ଏକ ବୋଲେରୋରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିବା ସହିତ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଗୋଟିଏ ଗୁଳି ଶ୍ରୀ ପରିଡ଼ାଙ୍କ ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହି ଖବର ପ୍ରଚାର ହୋଇଯିବା ପରେ ସମଗ୍ର କାମାକ୍ଷାନଗର ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ବୋମା ଓ ଗୁଳିମାଡ଼ କରି ଦୁର୍ବୃତ୍ତମାାନ ଘଟଣାସ୍ଥଳରୁ ଫେରାର ହୋଇଯିବା ସହିତ ରାମିଆଳ ନଦୀ କୂଳରେ ସେହି ବୋଲେରୋକୁ ଛାଡ଼ି ଫେରାର ହୋଇଯାଇଥିଲେ।
ତେବେ ଘଟଣାର ୨୪ ଘଣ୍ଟା ପୁରିବାକୁ ବସିଥିଷଳ ମଧଞ ଶ୍ରୀ ପରିଡ଼ାଙ୍କ ହତାକାରୀଙ୍କୁ ଗିରଫ କରିବା ଦିଗରେ ପୁଲଏିସ ବିଶେଷ ଆଗେଇ ନ ଥିବାଅଭିଯୋଗ କରି ଆଜି କାମାକ୍ଷାନଗର ୧୦ ନମ୍ବର ଓ୍ଵାର୍ଡର ଲୋକେ, କାମାକ୍ଷାନଗର ବଣିକ ସଂଘ ସହିତ ଅଞ୍ଚଳର ଲୋକେ କାମାକ୍ଷାନଗର ହନୁମାନ ମନ୍ଦିର ନିକଟରେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।

ସମ୍ବନ୍ଧିତ ଖବର