କାମାକ୍ଷାନଗର: ବସକୁ ପଛରୁ ପିଟିଲା ବସ, ୭୦ ଆହତ

କାମାକ୍ଷାନଗର: ଗତକାଲିବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଟୁମୁଣ୍ଡା ଛକରେ ଗୋଟିଏ  ନାଇଟ୍‌ କୋଚ୍‌ ବସ ଆଉ ଗୋଟିଏ ନାଇଟ୍‌ କୋଚ୍‌ ବସକୁ ପଛରୁ ଧକ୍‌କା ଦେଇଛି। ଫଳରେ ଆଗ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୭୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ପରଜଙ୍ଗ, ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଣ୍ଵରରୁ  ରାଉରକେଲା ଯାଉଥିବା ଓଡ଼ି୦୫ ଡବ୍ଲ୍ୟୁ ୪୨୯୮ ନମ୍ବର ବିଶିଷ୍ଟ  ସୁଶିଲ ଟାଭେଲ୍ସ ନାମକ  ଘରୋଇ ବସଟି  କଟୁମୁଣ୍ଡା ଛକରେ   ଅଟକି ଥିବା ବେଳେ  ଭୁବନେଶ୍ୱରରୁ  ରାଉରକେଲା ଯାଉଥିବା  ଓଡ଼ି ୦୭ ଜେ ୨୨୮୮ ନମ୍ବର ବିଶିଷ୍ଟ ଆରବି କୋଚ୍‌ ନାମକ ନାଇଟ୍‌ କୋଚ ବସ୍‌ଟି ଦୃତଗତିରେ ଯାଇ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ସୁଶିଲ ଟାଭେଲ ବସଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଉଭୟ ବସରେ ଥିବା ୭୦ରୁ ଊର୍ଧ୍ୱ ଯତ୍ରୀ ଆହତ ହୋଇଛନ୍ତି। ଖବରପାଇ ପରଜଙ୍ଗ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର