ଡାକ ବିଭାଗ ପ୍ରକାଶ କଲା ନିଳାଦ୍ରୀବିଜେ ରସଗୋଲା ସମ୍ବଳିତ ସ୍ୱତନ୍ତ୍ର ଲଫାପା

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୋଳପୂର୍ଣ୍ଣିମା ଏବଂ ରସଗୋଲାକୁ ନେଇ ଏକ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି। ଗୁରୁବାର ପୁରୀରେ ଶ୍ରୀକ୍ଷେତ୍ର ସାଙ୍ଗୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ନିଳାଦ୍ରୀବିଜେ ରସଗୋଲା ସ୍ୱତନ୍ତ୍ର ଲଫାପାକୁ ମୁଖ୍ୟ ମହାଡାକପାଳ ଡ.ସନ୍ତୋଷ କୁମାର କାମିଲା ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ଶ୍ରୀକ୍ଷେତ୍ର ସାଙ୍ଗୀର ସଭାପତି ମହେନ୍ଦ୍ର ମିଶ୍ର, ଛିତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଗବେଷକ ତଥା ‘ପୌରୁଷ’ର ସଂପାଦକ ଡ.ଅସିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ରସଗୋଲାର ସୃଷ୍ଟି ଓଡ଼ିଶାରେ ଏବଂ ଏହା ଶହଶହ ବର୍ଷ ହେଲା ଶ୍ରୀଜଗନ୍ନାଥଙ୍କୁ ନିଳାଦ୍ରୀବିଜେ ଦିନ ଭୋଗ ଲଗାଯାଇ ଆସୁଥିବା ତଥ୍ୟକୁ ଡାକ ବିଭାଗ ସ୍ୱୀକୃତି ଦେଇ ଏହି ସ୍ୱତନ୍ତ୍ର ଲଫାପା ପ୍ରକାଶ କରିଛି।

ସମ୍ବନ୍ଧିତ ଖବର