ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଅଧ୍ୟକ୍ଷା ଜାନକି ସିଂ ସଂନ୍ଧ୍ୟା ପ୍ରାୟ ୭ଟା ସମୟରେ କାର୍ଯ୍ୟସାରି ଘରକୁ ଫେରୁଥିବା ବେଳେ ଜାମୁଡିହା ପଂଚାୟତ ଅନ୍ତର୍ଗତ ବାଘମରା ଗାଁ ମୁଣ୍ଡ ଫୁଟବଲ ପଡିଆରେ ୧୦/୧୫ ଯୁବକ ତାଙ୍କୁ ଅଟକାଇ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ତାଙ୍କୁ ମାରଣାତ୍ମକ ଆକ୍ରମଣ କରି ପିନ୍ଧିଥିବା ଏପ୍ରୋନକୁ ଛିଣ୍ଡାଇ ଟୁକୁରା ଟୁକୁରା କରିବା ସହିତ ଶରୀରର ବିଭିନ୍ନ ଜାଗାରେ ଗୁରୁତର ଆଘାତ ଲାଗିଥିବା ନୀଳଗିରି ଥାନାରେ ଅଭିଯୋଗ ହୋଇଛି । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ୩ ଜଣ ଯୁବକଙ୍କୁ ଆଣି ଥାନାରେ ଅଟକ ରଖିଥିବାବେଳେ ଅନ୍ୟ ଅଭିଯୁୂକ୍ତଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଥିବା ଜଣାପଡିଛି । ଏନେଇ ବାଘମରା ଗାଁରେ ଉତେଜନା ଦେଖାଦେଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ନୀଳଗିରି ବ୍ଲକ ଅଧ୍ୟକ୍ଷା ପ୍ରତିଦିନ ଭଳି ଆଜି ବ୍ଲକରୁ କାର୍ଯ୍ୟ ସାରି ନିଜ ଗାଡିରେ ଘରକୁ ଫେରୁଥିବା ବେଳେ ଗାଁ ମୁଣ୍ଡ ଫୁଟବଲ ପଡିଆରେ ୧୦/୧୫ ଜଣ ଯୁବକ କୁଶପିତୁଳା ଦାହ କରିବା ସହିତ ବିଭିନ୍ନ ସ୍ଲୋଗାନ ଦେଉଥିଲେ । ଜାନକିଙ୍କୁ ଦେଖିବା କ୍ଷଣି ଉକ୍ତ ଗ୍ରାମର କାର୍ତିକ ସିଂ ଅଶ୍ଳିଳ ଭାଷାରେ ଗଳିଗୁଲଜ କରିବା ସହିତ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ଟଣା ଓଟରା କରିବା ସହିତ ତାଙ୍କ ଏପ୍ରୋନକୁ ଚିରି ଦେଇଥିଲେ । ଏହି ସମୟରେ ଅଭିଯୁକ୍ତ ଭିମ ସିଂ ତାଙ୍କ ତଂଟିକୁ ଚିପି ଜୀବନରୁ ମାରିଦେବେ ବୋଲି କହୁଥିବା ବେଳେ ଗୌତମ ସିଂ ଦୁଇ ହାତକୁ ଧରି ଘୋଷାରୁ ଥିଲେ । ଜୀବନ ବିକଳରେ ଜାନକି ତିତ୍କାର କରୁଥିବା ବେଳେ ଅଭିଯୁକ୍ତ ଗିରିଶ ଏକ ବନ୍ଧୁକ ଜାନକିର ମୁଣ୍ଡରେ ଲଗାଇ ମାରିଦେବେ ବୋଲି କହୁଥିଲା ଏହି ସମୟରେ ଅନ୍ୟ ଅଭିଯୁକ୍ତ ମାନେ ବିଜେପି ଜିନ୍ଦାବାଦ ନାରା ଦେଉଥିଲେ । ପାଟି ଶୁଣି ଜାନକିର ଖୁଡି, ମା, ଦାଦା ଓ ପଡୋଶୀ ଲୋକ ରୁଣ୍ଡ ହୋଇଯିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଛୁ ମାରିଥିଲେ । ପୁଲିସ ଅଭିଯୁକ୍ତ କାର୍ତିକ, ଭୀମ ଓ ଗୌତମକୁ ଥାନାରେ ଅଟକ ରଖିଥିବା ଜଣାପଡିଛି ।