ଚୋରା ଚାଲାଣ ବେଳେ ୩ ଟ୍ରାକ୍ଟର ବାଲି ଧରାପଡ଼ିଲା

0 150

ସଇଁନ୍ତଲା: ବାଲି ଚୋରା ଚାଲାଣ ବେଳେ ସଇଁନ୍ତଲା ତହସିଲ କୁମ୍ଭାରୀ ଆର୍‌ଆଇ ସର୍କଲ ଅ˚ଚଳରୁ ଶୁକ୍ରବାର ୩ଟି ଟ୍ରାକ୍ଟର ଧରା ପଡ଼ିଛନ୍ତି। କୁମ୍ଭାରୀ ଗ୍ରାମ ନିକଟ ଲାନ୍ଥନଦୀ କୂଳ କାନ୍ଦୁଲସର ଠାରେ ଶୁକ୍ରବାର ଟ୍ରାକ୍ଟର ନ˚.ଓଆର. ୦୩ ଏଫ ୩୧୦୮, ଓଡି ୦୩ ଇ ୪୩୯୬ ଏବ˚ ଅନ୍ୟ ଏକ ନମ୍ବର ବିହୀନ ଟ୍ରାକ୍ଟରରେ ବାଲି ଚୋରା ଚାଲାଣ ହେଉଥିଲା। ଏହି ଖବର ପାଇ ସଇଁନ୍ତଲା ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝୀ ଓ କୁମ୍ଭାରୀ ଏ.ଆର.ଆଇ ମେଘନାଥ ଦୀପ ଚଢ଼ଉ କରିଥିଲେ। ଉକ୍ତ ତିନି ଟ୍ରାକ୍ଟର ମାଲିକଙ୍କଠାରୁ ୩୦ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ସମସ୍ତ ରସିଦ ଜଗଦୀଶ ପ୍ରସାଦ ଅଗ୍ରୱାଲାଙ୍କ ନାଁରେ କଟାଯାଇ ଫାଇନ ଅସୁଲ କରାଯାଇଥିବା ଜଣାଯାଏ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.