ନୂଆପଡ଼ା: ଭାଲୁ ଆକ୍ରମଣରେ ୮ ଆହତ, ହସ୍ପିଟାଲରେ ଭର୍ତ୍ତି

ନୂଆପଡା: ବୋର୍ଡେନ ଅଞ୍ଚଳରେ ରବିବାର ଭାଲୁ ଆକ୍ରମଣରେ ୮ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଜଙ୍ଗଲକୁ ଯାଇଥିବା କମଳ ଲୋଚନ ମାଝୀ(୩୦), ମଙ୍ଗଲ ମାଝୀ (୫୫), ପଦ୍ମନ ମାଝୀ (୪୫), ପବିତ୍ର ମାଝୀ (୭୦), ହେରମ୍ବ ମାଝୀ (୩୫), ନିଳାମ୍ବର ହଂସ (୩୦), ରାଧାକାନ୍ତ ବାଗ(୫୦) ଓ ଅକାଳୁ ମାଝୀ (୭୦) ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି।

ସୂଚନା ଅନୁସାରେ ବୋର୍ଡେନ ବ୍ଲକର କରଙ୍ଗାମାଳ ଗାଁର ଲୋକମାନେ ଆଜି ଜଙ୍ଗଲକୁ ଯାଇଥିବା ବେଳେ ବଣ ଭିତରୁ ଗୋଟିଏ ଭାଲୁ ଅଚାନକ ବାହାରି ଜଣକ ପରେ ଜଣକୁ ଆକ୍ରମଣ କରିଥିଲା। ୮ ଜଣଙ୍କୁ କ୍ଷତାକ୍ତ କରିବା ପରେ ଭାଲୁଟି ଜଙ୍ଗଲ ଭିତରକୁ ପଶି ଯାଇଥିଲା। ପରେ ସେମାନଙ୍କୁ ଗ୍ରାମର ଅନ୍ୟ ଲୋକଙ୍କ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାଲୁକୁ ଧରିବା ପାଇଁ ବନ ବିଭାଗର କର୍ମଚାରୀମାନେ ଜଙ୍ଗଲକୁ ଯାଇଥଲେ। ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିବା ପରେ ଭାଲୁର କୌଣସି ସନ୍ଧାନ ମିିଳି ନ ଥିଲା। ସୂଚନାଯୋଗ୍ୟ ନୂଆପଡା ଜିଲ୍ଲାରେ ବିଭିନ୍ନ ସମୟରେ ଅନେକ ଲୋକ ଭାଲୁ ଆକ୍ରମଣର ଶିକାର ହେଉଛନ୍ତି।

 

ସମ୍ବନ୍ଧିତ ଖବର