ବୟସ ୮୦ ଟପିଲାଣ, ମିଳୁନି ଭତ୍ତା

ଭାପୁର: ଆଜ୍ଞା ବୟସ ୮୦ ଟପିଲାଣି, ଅଖିକୁ ଦିଶୁନି କି କାନକୁ ଭଲରେ ଶୁଭୁନି। ଚାଲିବାକୁ ଆଉ ବଳ ପାଉନି। ଆଉ କେତେଦିନ ବଂଚିବୁ ଯେ ସରକାରଙ୍କ ଲୋକାଭିମୁଖି ଯୋଜନା ୫୦୦ ଟଙ୍କା ଭତାପାଇବୁ । ଏପରି ଆଖିରେ ଆଖିଏ ଲୁହ ଓ କୋହଭରା କଣ୍ଠରେ ଗତକାଲି ନୟାଗଡ ଜିଲା ଭାପୁର ବ୍ଲକ୍‌ର କଟକ ଲୋକସଭା ନିର୍ବାଚନ ମଣ୍ଡଳିର ସାଂସଦ ଭତୃହରି ମହତାବଙ୍କ ଆଦର୍ଶ ଗ୍ରାମ ରୁପେ ଗ୍ରହଣ କରିଥିବା କରବର ଗ୍ରାମକୁ ଆସିଥିବା କେନ୍ଦ୍ରୀୟ ୩ ଜଣିଆ ପ୍ରତିନିଧି ମାନଙ୍କ ଆଗରେ ହାତଯୋଡି ଗହାରି କରିଛନ୍ତି କିଛି ବୟସ୍କ ହିତାଧିକାରୀ। ୧୬ରୁ ଅଧିକ ବୃଦ୍ଧ, ବୃଦ୍ଧା ଏବଂ ଦିବ୍ୟାଙ୍ଗ ବ୍ୟକ୍ତି ମାନେ ଏହି ଦାବି କରିଛନ୍ତି।

ଏମାନେ ୩୦୦ ଶହ ଟଙ୍କା ଭତା ପାଉଥିବା ବେଳେ ସେମାନଙ୍କର ୮୦ ବର୍ଷରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ସରକାରଙ୍କ ଯୋଜନା ମୁତାବକ ୫୦୦ ଟଙ୍କା ଭତ୍ତା ପାଇପାରୁନାହାନ୍ତି। । ଏହି ଘଟଣାକୁ ନେଇ ବହୁବାର ସ୍ତାନୀୟ ସରପଂଚ, ପଂଚାୟତର କାଯ୍ୟର୍ନିର୍ବାହି ଅଧିକାରୀ ଭାପୁର ବ୍ଲକ ବିଡିଓଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କେହି ଗୁହାରି ଶୁଣୁ ନଥିବା ସେମାନେ କହିଛନ୍ତି। ତେବେ କାହିଁକି ଭତ୍ତା ମିଳୁନି ସେ ନେଇ ଭାପୁର ବ୍ଲକ ସାମାଜିକ ମଂଗଳ ଶିକ୍ଷା ଅଧିକାରୀ ସର୍ବେସ୍ୱର ପାଣିଗ୍ରାହିଙ୍କୁ ପଚରାଯିବାରେ ସେ କହିଛନ୍ତି ଯେ ବର୍ତମାନ ଜିଲ୍ଲାରେ ୫୦୦ ଟଙ୍କା ପାଇବାପାଇଁ ଆବେଦନ କରିଥିବା ହିତାଧିକାରୀମାନଙ୍କ ଟାର୍ଗେଟ୍‌ ପୂରଣ ହୋଇଯାଇଛି। ଟାର୍ଗେଟ୍‌ ଆସିଲେ ଅନ୍‌ ଲାଇନ୍‌ କମ୍ପୁଟରରେ ଆବେଦନ କଲେ ଯାଇ ୫୦୦ ଟଙ୍କା ଭତ୍ତା ମିଳିବ। ଏପରି କଥା ଶୁଣି ବୟସ୍କ ହିତାଧିକାରୀମାନେ ନିରାଶ ହୋଇଥିଲେ।

ସମ୍ବନ୍ଧିତ ଖବର