ନୂଆବର୍ଷରେ ଉଜୁଡିଗଲା ସୁନା ସଂସାର! ଗାଧୋଉଥିବା ବେଳେ ପାଣି ଟାଙ୍କିରେ ପଡ଼ିଗଲା ବିଦ୍ୟୁତ୍‌ ତାର; ମାଆ ଓ ଝିଅ ମୃତ

ନୂଆପଡ଼ା: ନୂଆବର୍ଷ ଭଳି  ଭଲଦିନରେ ନୂଆପଡ଼ା ଜିଲ୍ଲାର ସିନାପାଳି ଥାନା ଅନ୍ତର୍ଗତ ମଖାପଦର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ପାଣି ଟାଙ୍କିରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିବା ହେତୁ ସେହି ପାଣିରେ ଗାଧୋଉଥିବା ମାଆ ଝିଅଙ୍କର ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ତରୁଲତା ଚଣ୍ଡି ( ୩୫) ଓ ତାଙ୍କ  ଝିଅ ଦୁଷିଳା ଚଣ୍ଡି।

ସୂଚନା ରହିଛି ଯେ ମାଆ ଝିଅ  ଘର କାମ ସାରି ଅପରାହ୍ନ ୧ଟାରେ ଗାଁ ପାଖରେ ଥିବା ଏକ ପାଣି ଟାଙ୍କିକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ଏକ ୧୧ କେଭିର ବିଦ୍ୟୁତ୍‌ ତାର ଛିଣ୍ଡି ପାଣି କୁଣ୍ଡରେ ପଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟ ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଥିଲା। ସିନାପାଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମାଆ ଝିଅଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର