ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଭୁଲିଆସିକୁଆଁ ଗାଁରେ ୨୦୧୫ ମସିହାରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି ଜିଲ୍ଲା ଦୌରାଜଜ୍‌ ଅଭିଯୁକ୍ତ ପ୍ରଶାନ୍ତ ମେହେର (୪୦)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ବର୍ଷେ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବା ବୋଲି ନିର୍ଦେଶ ଦେଇଛନ୍ତି। ଭୁଲିଆସିକୁଆଁ ଗାଁର ପ୍ରଶାନ୍ତ ମେହେର ଓ ଅଶୋକ ମେହେର(୪୫) ଦୁଇ ସାଙ୍ଗ ଓ ଏକ ଟେଣ୍ଟ ହାଉସରେ କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ଟଙ୍କା କାରବାରକୁ ନେଇ ଗଣ୍ଡଗୋଳ ହୋଇଥିଲା। ୨୦୧୫ ଜୁନ ୧ ତାରିଖ ସନ୍ଧ୍ୟାରେ ପ୍ରଶାନ୍ତ ଏକ ଛୁରିରେ ଅଶୋକଙ୍କୁ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର