ସ୍ତ୍ରୀ ମୃତ୍ୟୁ ପରେ ୨ ଶିଶୁଙ୍କୁ ନେଇ ଅସହାୟ ସ୍ୱାମୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ନୂଆପଡ଼ା: ସ୍ତ୍ରୀଙ୍କ ମୃତ୍ୟୁ ପରେ ଦୁଇ ଶିଶୁ ସହିତ ବୁଢ଼ା ବାପା ମା’ଙ୍କ ଭରଣ ପୋଷଣ କରି ପାରୁ ନଥିବା ବିଷୟରେ ସଦର ବ୍ଲକ୍‌ ଚୂଲାଭାଟ ଗାଁର ରାଜକୁମାର ରାଉତ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି। ରାଜକୁମାର କୁଲି ମଜୁରି କରି ପରିବାର ଚଳାନ୍ତି। ଦୁଇ ମାସ ତଳେ ତାଙ୍କ ସ୍ତ୍ରୀ ଦେଓକୁମାରୀଙ୍କ ମୃତ୍ୟୁ ଘଟିଲା। ଏବେ ସେ ବୃଦ୍ଧ ବାପା ମା’ଙ୍କ ସହିତ ୩ ବର୍ଷର ପୁଅ ଓ ୩ ମାସର ଝିଅର ଯତ୍ନ ନେଉଛନ୍ତି। ଫଳରେ ସେ ଆଉ କାମ କରିବାକୁ ଯାଇ ପାରୁ ନାହାନ୍ତି। ତାଙ୍କ ବାପା ଓ ମା’ ଉଭୟେ ୬୫ ବର୍ଷ ବୟସରୁ ଅଧିକ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭତ୍ତା ପାଉ ନଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ରାଜକୁମାର ତାଙ୍କ ବୃଦ୍ଧ ବାପା ମା’ ଏବଂ ଦୁଇ ଛୁଆଙ୍କୁ ଧରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାରି ପ୍ରକୋଷ୍ଠରେ ପହଞ୍ଚି ଗୁହାରି କରିଥିଲେ।

ସମ୍ବନ୍ଧିତ ଖବର