ରିମାଣ୍ଡ ସରିଲା, ଜେଲ୍‌ ଗଲେ ବଣ୍ଟି

ନୂଆପଡ଼ା : ବହୁଚର୍ଚ୍ଚିତ ଟିଡିଆର୍‌ ଚଞ୍ଚକତା ମାମଲାରେ ଠିକାଦାର ବଣ୍ଟି ଅଗ୍ରଓ୍ଵାଲଙ୍କ ତୃତୀୟ ଥର ରିମାଣ୍ଡ ଅବଧି ସରିବା ପରେ ସୋମବାର ତାଙ୍କୁ ବିଚାର ବିଭାଗୀୟ ହାଜତ୍‌କୁ ପଠାଇ ଦିଆଯାଇଛି। ଗତ ୧୪ ତାରିଖ ନୂଆପଡ଼ା ପୁଲିସ ଠିକାଦାର ବଣ୍ଟି ଅଗ୍ରୱାଲ ସମେତ ତାଙ୍କ ବାପା ରାଜେନ୍ଦ୍ର ପ୍ରସାଦ ଅଗ୍ରୱାଲ ଓ ସ୍ତ୍ରୀ ସବିତା ଅଗ୍ରଓ୍ଵାଲାଙ୍କୁ ହରିଆଣାରୁ ଗିରଫ କରିଥିଲା। ଗତ ୧୫ ତାରିଖ ରାଜେନ୍ଦ୍ର ଓ ସବିତାଙ୍କୁ ଖଡ଼ିଆଳ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଖଡ଼ିଆଳସ୍ଥିତ ଉପ କାରାଗାରକୁ ପଠା ଯାଇଥିଲା। ଅଧିକ ତଥ୍ୟ ହାସଲ ପାଇଁ ବଣ୍ଟିଙ୍କୁ ରିମାଣ୍ଡ ପାଇଁ ଏସଡିଜେଏମ କୋର୍ଟରେ ନୂଆପଡ଼ା ପୁଲିସ ଆବେଦନ କରିଥିଲା। ଅଦାଲତ ତିନିଟି ପର୍ଯ୍ୟାୟରେ ୧୨ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଏହିଅବଧି ଭିତରେ ବଣ୍ଟିଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ ପାଇଛି।

ସମ୍ବନ୍ଧିତ ଖବର