ଟ୍ରାକ୍ଟର ଚାପାରେ ବାଳକ ମୃତ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ କସେଇପାଣି ଗ୍ରାମରେ ରବିବାର ଟ୍ରାକ୍ଟର ଚାପାରେ ଜୟଲାଲ ମାଝୀ (୧୩) ନାମକ ଜଣେ ବାଳକର ମୃତ୍ୟୁ ଘଟିଛି। ରାଜମନ ମାଝୀଙ୍କ ପୁଅ ଜୟଲାଲ ରାସ୍ତାରେ ଯାଉଥିବା ବେଳେ ଟ୍ରାକ୍ଟର (ଓଡି ୨୬ଏ-୭୬୫୭, ଟ୍ରଲି ନଂ. ୭୬୫୮) ଭାରସାମ୍ୟ ହରାଇ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ଲେଖା ହେବା ଯାଏ ପୁଲିସ୍‌ ଟ୍ରାକ୍ଟର ଓ ଚାଳକକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ବୋଲି ସିନାପାଲି ଥାନାଧିକାରୀ ଜ୍ୟୋତି ରଂଜନ ଗୌଡ଼ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର