ସାପ କାମୁଡ଼ାରେ ବାଳକ ମୃତ

ଖଡିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ପଦ୍ମପୁର ଗ୍ରାମର ତ୍ରିଲୋଚନ ପଟେଲଙ୍କ ପୁଅ ହିମାଞ୍ଚଳ ପଟେଲ (୧୪)ଙ୍କ ସାପ କାମୁଖାନରେ ମୃତ୍ୟୁ ଘଟିଛି। ସୋମବାର ଗାଁରେ ଗଣେଶ ମୂର୍ତ୍ତି ବିସର୍ଜନ ହୋଇଥିଲା। ବିସର୍ଜନ ପରେ ରାତିରେ ଗାଁର ପ୍ରାୟ ୧୫ଜଣ ପିଲା ମେଢ଼ରେ ଶୋଇଥିଲେ। ସେମାନଙ୍କ ମଧ୍ୟରେ ହିମାଞ୍ଚଳ ବି ଥିଲେ। ରାତିରେ ଶୋଇଥିବା ବେଳେ ହିମାଞ୍ଚଳଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ତାଙ୍କୁ ତୁରନ୍ତ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେଠାରେ ହିମାଞ୍ଚଳଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର