ବସ୍‌-ବାଇକ ଧକ୍କା, ୨ ଗୁରୁତର

ନୂଆପଡ଼ା: ବୁଧବାର ଘାଟିପଡ଼ା ନିକଟ ଏନଏଚ୍‌ ନଂ ୩୫୩ରେ ଏକ ଯାତ୍ରୀବାହୀ ବସ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ରୋଡ୍‌େଓ୍ଵଜ୍‌ ନାମକ ଏକ ଯାତ୍ରୀବାହୀ ବସ୍‌ (ସିଜି ୦୭ ଇ ୦୯୭୮) ଖରିଆରରରୁ ନୂଆପଡ଼ା ଅଭିମୁଖେ ଆସୁଥିଲା। ଏକ ବାଇକ୍‌ (ସିଜି୦୪ ଏମ ୭୦୯୫)ରେ ପଙ୍କଜ ପାଠକ (୨୪) ଏବଂ ଲାଲା ଚନ୍ଦ୍ରକାର(୨୪) ରାୟପୁରରୁ ଖରିଆର୍‌ ଅଭିମୁଖେ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ପଙ୍କଜ ଓ ଲାଲ ଗୁରୁତର ଆହତ ହୋଇଥିଲେ। ଲଖନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଛି। ଉଭୟଙ୍କ ଘର ଛତିଶଗଡ଼ ରାଜ୍ୟରେ ହୋଇଥିବା ବେଳେ ସେମାନେ କୌଣସି କାମରେ ଖରିଆରର ଯାଉଥିଲେ। ପଙ୍କଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି। ଲାଲା ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ବସ୍‌ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର