ଗରମ ପେଜରେ ପଡ଼ି ଶିଶୁ ଗୁରୁତର

ନୂଆପଡ଼ା: କୋମନା ବ୍ଲକ ବୁଦ୍ଧିକୋମନା ଗାଁର ସୁରଥ ନାଏକଙ୍କ ୩ ବର୍ଷର ଝିଅ ବୈଶାଖୀ ସୋମବାର ସଂଧ୍ୟାରେ ଗରମ ପେଜରେ ପଡ଼ି ଗୁରୁତର ହୋଇଛି। ଶିଶୁଟି ଘରେ ଖେଳୁଥିବା ବେଳେ ଗରମ ପେଜରେ ପଡ଼ି ଯାଇଥିଲା। ରାତିରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ବଡ଼ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ତେବେ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। ମାତ୍ର ଗରିବ ପରିବାର ହେତୁ ସେମାନେ ଅନ୍ୟତ୍ର ନେଇ ପାରୁ ନଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର