ବିଦେଶୀ ମଦ ଦୋକାନକୁ ବିରୋଧ:ଜିଲ୍ଲାପାଳଙ୍କୁ ମହିଳା ଭେଟିଲେ

ନୂଆପଡ଼ା: ଖରିଆରରୋଡ଼ ସହରର ଓ୍ଵାର୍ଡ ନଂ ୯ ଶଙ୍କର ମନ୍ଦିର ଠାରେ ନୂଆ କରି ନିର୍ମାଣ ହୋଇଥିବା ବିଦେଶୀ ମଦ ଦୋକାନଙ୍କୁ ବିରୋଧ କରି ପଡାବାସୀ ଗତ ୬ ତାରିଖ ଦିନ ମଦ ଦୋକାନ ସମ୍ମୁଖରେ ‘ମଦ ନୁହେଁ ସରବତ ପିଅନ୍ତୁ’ ବୋଲି ନାରା ଦେଇ ରାସ୍ତାରେ ଯିବା ଆସିବା ଲୋକଙ୍କୁ ସରବତ ବିତରଣ କରିଥିଲେ। ଏହାଛଡ଼ା ଉକ୍ତ ମଦ ଦୋକାନକୁ ବନ୍ଦ କରିବାକୁ ତାଗିଦ କରିଥିଲେ। ହେଲେ ଏହାର ୮ ଦିନ ପରେ ମଧ୍ୟ ଉକ୍ତ ମଦ ଦୋକାନ ରହିଥିବାରୁ ଗୁରୁବାର ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଭିଯୋଗ କରିଥିଲେ। ସେମାନଙ୍କର ଅଭିଯୋଗ ଯେ, ମଦ ଦୋକାନଟି ଶଙ୍କର ମନ୍ଦିର ସମ୍ମୁଖରେ ରହିଛି, ଏହାଛଡ଼ା ୧୦୦ ମିଟର ଦୂରରେ ସରକାରୀ ଏବଂ ବେସରକାରୀ ସ୍କୁଲ ଓ ବାଣିଜ୍ୟକର ବିଭାଗର କାର୍ଯ୍ୟାଳୟ ମାନ ରହିଛି।

ଏହା ୩୫୩ ନଂ ଜାତୀୟ ରାଜପଥକୁ ଲାଗି ରହିଛି ଏବଂ ୮ ଓ ୯ ନଂ ୱାର୍ଡର ମଧ୍ୟ ଭାଗରେ ରହିଥିବାରୁ ବିଭିନ୍ନ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି। ଏନେଇ ମହିଳାମାନେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ପାର୍ବତୀ ପଟେଲ, ସୋନି ପଟେଲ, ସୁମତି ଯାଦବ, ଅମ୍ରିତା ୟାଦବ, ହେମ ପଟେଲ, ପୁତଲିି ପଟେଲ, ଗଂଗାବାଇ, ଦୀପ୍ତି ନିଆଲ, ଜୟଶ୍ରୀ ନିଆଲ, ଯଶୋଦା ନିଆଲ, ଲଲିତା ପଟେଲ, ଅଞ୍ଜଳି ପଟେଲ, ମୁକେଶ ଯାଦବ, ବସନ୍ତ ମୁଣ୍ଡା, ଅଙ୍କିତ ଦାସ, ସୋନୁ ଯାଦବ ,ଶିବ ସୁନା, ତ୍ରିଶୁଳ ଭାରତୀ, ଇନ୍ଦ୍ର ଭାରତୀ, ଗୋଲୁ ତାଣ୍ଡି, ରାଜୁ ଅଗ୍ରୱାଲ, ବାବୁ ଯାଦବ, ସୁରଜ ପଟେଲ, କେଶରୀ ସାଗର ପ୍ରମୁଖ ଦାବିପତ୍ର ଦେବା ସମୟରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର