ପୀଡ଼ିତ ପରିବାରଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ସୁନାବେଡ଼ା ଅଭ୍ୟାରଣ୍ୟ ଅନ୍ତର୍ଗତ ଖୋଲିଭିତର ଗାଁ ଜଙ୍ଗଲରେ ମଙ୍ଗଳବାର ଏସ୍‌ଓଜି ଓ ଡିଭିଏଫ୍‌ଙ୍କ ମିଳିତ କମ୍ବିଂ ଅପରେସନ ଚାଲିଥିଲା। ଏଥିରେ ଗାଁର ୨ ଜଣ ବ୍ୟକ୍ତି ଆହତ ହୋଇଥିଲେ। ଏହି ଘଟଣା ପରେ ବୁଧବାର କଂଗ୍ରେସର ଏକ ପ୍ରତିନିଧି ଦଳ ଏହି ଗାଁରେ ପହଞ୍ଚି ଥିଲେ। ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସମ୍ପାଦକ ଅଧିରାଜ ପାଣିଗ୍ରାହୀ, କଂଗ୍ରେସ ଖଡ଼ିଆଳ ବ୍ଲକ ସଭାପତି ଶ୍ୟାମସୁନ୍ଦର କୁଲଦୀପ, ଯୁବ କଂଗ୍ରେସ ସଭାପତି ସୌରଭ ଚନ୍ଦ୍ରକାର, କଂଗ୍ରେସ ନେତା ସିଦାଲାଲ ସାହୁ, ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନର ଆବାହକ ହୀରାଲାଲ ମାଝୀ, ଗୋଁଣ୍ଡଓ୍ଵାନା ଗୋଁଣ୍ଡ ସମାଜ ଜିଲ୍ଲା ସଭାପତି ପ୍ରସନ୍ନ ମାଝୀ ସାମିଲ ଥିଲେ। ଗାଁ ମାଟିଗୁଡି ଛକ ନିକଟରେ ପୂର୍ବ ଓ୍ଵାର୍ଡ ମେମ୍ବର ଜୟସିଂ ଚିନ୍ଦାଙ୍କ ଅଧ୍ୟକ୍ଷତାରେ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ହୋଇଥିଲା। କଂଗ୍ରେସ ପ୍ରତିନିଧି ଦଳ ଘଟଣା ସଂପର୍କରେ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ। ଆଦିବାସୀଙ୍କୁ ମାଓବାଦୀ ଆଖ୍ୟା ଦେଇ ଗୁଳି ଚଳାଇବା ଦୁର୍ଭାଗ୍ୟଜନକ ବୋଲି ଏହି ପ୍ରତିନିଧି ଦଳ କହିବା ସହ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ଓ ଆହତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସରକାରୀ ସହାୟତା ଦେବାକୁ ଏହି ପ୍ରତିନିଧିମଣ୍ଡଳ ଦାବି କରିଛି।

ସମ୍ବନ୍ଧିତ ଖବର