ଗଳିତ ଶବ ଉଦ୍ଧାର 

ନୂଆପଡ଼ା: ନୂଆପଡା ଥାନା ଅନ୍ତର୍ଗତ ସିଆଲଲଟି ଗ୍ରାମରୁ ନୂଆଡିହି  ରାସ୍ତାରେ ଥିବା  ରେଳ ଲେବଲ କ୍ରସିଂରୁ ମାତ୍ର  ୫୦ ମିଟର ଦୂରରୁ ଗୁରୁବାର ସନ୍ଧ୍ୟାରେ ପୁଲିସ ଏକ ଗଳିତ ଶବ ଉଦ୍ଧାର କରିଛି। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେବାରୁ ପୁଲିସ ଘଟଣାସ୍ଥଳରୁ ଶବ ଉଦ୍ଧାର କରିଛି। ଏହି ଶବଟି ୪/୫ ଦିନ ତଳୁ ପଡିଥିବା ପୁଲିସ ଅନୁମାନ କରୁଛି। ଶବଟି ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଜାଣି ପାରିଥିଲେ। ଏଯାଏ ଶବର ଚିହ୍ନଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର