ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ପେକ୍ସରେ ଚାଷୀଙ୍କ ନାଁରେ ଚଞ୍ଚକତା କରି ଋଣ ଉଠାଣ କରିଥିବା ଅଭିଯୋଗରେ ନୂଆପଡ଼ା ଥାନା ସିରତୋଲ ଗାଁର ଗୋବିନ୍ଦ ତାଣ୍ଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଚୁଲାଭାଟ ଗାଁର ଚାଷୀ ଶତ୍ରୁଘନ ମାଝୀଙ୍କ ଅଜାଣତରେ ତାଙ୍କ ନାମରେ ଉକ୍ତ ପେକ୍ସରୁ ଋଣ ଉଠାଣ ହୋଇଛି। ଏହା ଜଣା ପଡ଼ିବା ପରେ ପେକ୍ସ ସଂପାଦକ ଡାକେଶ୍ୱର ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଥାନା କେସ୍ ନଂ ୪୮ରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିଲା। ଏ ସଂପର୍କରେ ଆଇଆଇସିଙ୍କୁ ପଚାରିବାରୁ ଅଧିକ ତଦନ୍ତ ଜାରି ରହିଛି; ଆଉ କେହି ଏଥିରେ ସାମିଲ ଥିଲେ ଜଣାପଡ଼ିବ ବୋଲି ସେ କହିଥିଲେ।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର