ବିଭିନ୍ନ ମାମଲାରେ ୮ ଜଣଙ୍କୁ ଜେଲ୍‌ଦଣ୍ଡ ଆଦେଶ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡିଆଳସ୍ଥିତ ସହକାରୀ ସେସନ କୋର୍ଟ ଓ ଜେଏମଏଫସି କୋର୍ଟ ବିଭିନ୍ନ କେସରେ ବିଚାର କରି ୮ ଜଣଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ଖଡିଆଳ ଥାନା ପୋଡାପଲି ଗ୍ରାମରେ ଗତ ୫ ବର୍ଷ ତଳେ ଜଣେ ଜଙ୍ଗଲ ବିଭାଗ କର୍ମଚାରୀକୁ ମାଡ଼ପିଟ କରିଥିବା ଅଭିଯୋଗରେ ଅଭିଯୁକ୍ତ ମିଳନ ମାଝୀ, ମୁନି ମହାନନ୍ଦ, ହରି ମହାନନ୍ଦ, କିରଣ ମାଝୀ, ରୂପଧର ମାଝୀ, ତପନ ମାଝୀଙ୍କୁ ଖଡିଆଳ ସହକାରୀ ସେସନ ଜର୍ଜ ଡ. ସଙ୍ଘମିତ୍ରା ଦାଶ ଗତ ୧୮ ତାରିଖ ଦିନ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କୁ ୫ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ସେହିପରି ସିନାପାଲି ଥାନା ଭୁଲିଆଭଟା ଗ୍ରାମର ସୁନାଧର ମାଝୀଙ୍କୁ ଗତ ୯ ତାରିଖ ଦିନ ଖଡିଆଳ ସହକାରୀ ସେସନ ଜର୍ଜ ଡ. ସଙ୍ଘମିତ୍ରା ଦାଶ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଖଡିଆଳ ଜେଏମଏଫସି କୋର୍ଟ ପକ୍ଷରୁ ଗତ ୧୭ ତାରିଖ ଦିନ ନୂଆପଡା ଜିଲ୍ଲା କୋମନା ଗ୍ରାମର ଉମେଶ ବାଗଙ୍କୁ ୩ ବର୍ଷ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଖଡିଆଳ ଜେଏମଏଫସି ଜଜ ଶ୍ରଦ୍ଧା ମାଣ୍ଡୋଟିଆ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର