ଜିଲ୍ଲାସ୍ତରୀୟ ଆଶାକର୍ମୀ ଓ ଗାଁ କଲ୍ୟାଣ ସମିତି ସମ୍ମିଳନୀ

ନୂଆପଡ଼ା: ନୂଆପଡ଼ା ପୁଲିସ ପଡିଆସ୍ଥିତ ଇନଡ଼ୋର ଷ୍ଟାଡିୟମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତିର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଜିଲ୍ଲାପାଳ ଡା. ପୋମା ଟୁଡୁ, ଜିଲ୍ଲା ଜଳ ଓ ପରିମଳ ମିସନ ନିର୍ବାହୀ ଯନ୍ତ୍ରୀ ବିଭୁପ୍ରସାଦ ପଣ୍ଡା, ଅତିିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ପ୍ରଭାସିନୀ ବ୍ରହ୍ମା, ଜିଲ୍ଲା ପଞ୍ଚାୟତ ଅଧିକାରୀ ବିବେକାନନ୍ଦ ମହାନନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଶଙ୍କର ପ୍ରସାଦ ମେହେର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ବିଭୂତି ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ଡିପିଏମ ବିଶ୍ୱମ୍ବର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

୨୦୧୬-୧୬ ବର୍ଷ ପାଇଁ ବେଷ୍ଟ ଆଶା କର୍ମୀ ଭାବେ ଖଡ଼ିଆରରୋଡ଼ ସିଏଚସିର ଈଶ୍ୱରୀ ଅଘରିଆ, କୋମନା ବ୍ଳକ କୁଶଦହନା ଆଶା କର୍ମୀ ବାଳମତୀ ମାଝୀ, ଖଡିଆଳ ସିଏଚସି ସାଲେପଡ଼ା ରକ୍ମମଣି ମାଝୀ ଓ ସିନାପାଲି ବ୍ଳକ ଗଣ୍ଡାବାହାଲିର ଆଶାକର୍ମୀ ଲତା ମେହେରଙ୍କୁ ସମ୍ମାନିତ କରାଯାଇଥିଲା। ପରିବାର କଲ୍ୟାଣ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଖରିଆରରୋଡ଼ ଡାକ୍ତର ବିକ୍ରମ କେଶରୀ ନାଏକ, ସର୍ଜରି ପାଇଁ ଡା. ମୁକ୍ତକାନ୍ତ ନାଏକ, ବୋଡ଼େନ ବ୍ଳକ ଏଲଏଚସି ବାସନ୍ତି ପ୍ରଭା ମାଝୀ, ମୋଟିଭେଟର ପାଇଁ ଈଶ୍ୱର ଅଘରିଆ, ଖେମରାଜ ଯାଦବ, ୨୦୧୬-୧୭ ପାଇଁ ଡା. ବିକ୍ରମ କେଶରୀ ନାଏକ, ଡା. ମୁକ୍ତକାନ୍ତ ନାଏକ, ଅନୁପମା ମହାପାତ୍ର ଓ ଧରମବନ୍ଧା ସ୍ୱାସ୍ଥ୍ୟକେନ୍ଦ୍ର ଡ. ସୁଜିତ କୁମାର, ବ୍ଳକସ୍ତରରେ ଉତ୍ତମ କାର୍ଯ୍ୟ ପାଇଁ ବିଭୂତି ଭୂଷଣ ପାଣିଗ୍ରାହୀ ଏବଂ ହେଲଥ ଷ୍ଟଲ ପାଇଁ ଶ୍ରୀନିବାସ ସାହୁ ଓ ଦୀପା ସାହୁଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର