ଜିଲ୍ଲା ସ୍କାଉଟ୍‌ ଗାଇଡ୍‌ ରାଜ୍ୟ ପୁରସ୍କାର ଟେଷ୍ଟ କ୍ୟାମ୍ପ

ନୂଆପଡା: ନୂଆପଡା ଜିଲ୍ଲା ଭାରତ ସ୍କାଉଟ୍‌ ଏବଂ ଗାଇଡସ୍ ଛାତ୍ରଛାତ୍ରୀ ମାନଙ୍କର ରାଜ୍ୟ ପୁରସ୍କାର ଟେଷ୍ଟ କ୍ୟାମ୍ପ ଖଡିଆଳ ବ୍ଲକର ରୋହଲାପାଲି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଡିଇଓ ଲକ୍ଷ୍ମଣ ଭୋଇ, ଜିଲ୍ଲା ବିଏସଜି ସମ୍ପାଦକ ମହେଶ ଦଣ୍ଡସେନାଙ୍କ ତତ୍ୱାବଧାନରେ ୩ ଦିନ ବ୍ୟାପି ଏହି କା‌ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଟେଷ୍ଟ କ୍ୟାମ୍ପକୁ ରାଜ୍ୟ ବିଏସଜି କମିସନର ତୁଷାରକାନ୍ତ ଆଚାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ବିଜୟ କୁମାର ନାଗ, ନିରୁପମା ପାଣିଗ୍ରାହୀ, ଅଶୋକ ବେହେରା, ସୁନିତା ସାହା, ପ୍ରଶାନ୍ତ ପ୍ରଧାନୀ, ଦିଲ୍ଲୀପ ନାଏକ, ଜିତେନ୍ଦ୍ର ଦଣ୍ଡସେନା, ସୁବାସ ଯୋଷୀ, ଡଗରେଶ୍ୱର ବାଗ, ମହତାବ ଆଡଜୁଏଡ, ଦମୟନ୍ତୀ ପଟେଲ, ସୁବ୍ରତ ପାଣିଗ୍ରାହୀ, କୈଲାସ ନାଏକ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର