ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦୋହେଲପଡ଼ା ଗାଁରେ ପାରିବାରିକ କହଳକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୧୧ ଜଣ ଗୁରୁତର ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି। ସଂକଟାପନ୍ନମାନଙ୍କୁ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି। ଅନ୍ୟ ୭ ଜଣ ଆହତଙ୍କୁ ଖଡ଼ିଆଳ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଦୋହେଲପଡା ଗାଁର ସଦାନନ୍ଦ ବେହେରାଙ୍କ ଘର ସାମନାରେ କୌଣସି ଘଟଣାକୁ ନେଇ ଭରତ ବେହେରା, ଚନ୍ଦ୍ର ବେହେରା, ରୁଦ୍ର ବେହେରା, ଗିରୀଶ ବେହେରା, ରାଜକିଶୋର ବେହେରା, ଲିଙ୍ଗରାଜ ବେହେରା, ଚୈତନ୍ୟ ବେହେରା, ପିଲେଶ୍ୱର ବେହେରା ସମେତ ୩୦-୩୫ରୁ ଅଧିକ ସଦସ୍ୟ ସଦାନନ୍ଦ ଓ ତାଙ୍କ ବିବାହିତା ଝିଅ ବିମଳା ବେହେରାଙ୍କୁ ମାଡ଼ ମାରିଥିଲେ। ଏହା ଦେଖି ପାଖରେ ଥିବା କେଶବ ବେହେରା, ଭାସ୍କର ବେହେରା, ଦିବ୍ୟଲୋଚନ ବେହେରା, ଭାନୁପ୍ରିୟା ବେହେରା, ସୁରେନ୍ଦ୍ର ବେହେରା ପ୍ରମୁଖ ଆସି ପ୍ରତିଆକ୍ରମଣ କରିଥିଲେ। ଏହି ଆକ୍ରମଣ ଓ ପ୍ରତିଆକ୍ରମଣ ଘଟଣାରେ ପୂର୍ବ ଖଡିଆଳ ବ୍ଲକ ଚେୟାରମ୍ୟାନ କେଶବ ବେହେରା, ଭାଇ ଭାସ୍କର ବେହେରା, ଭାସ୍କର ବେହେରାଙ୍କ ସ୍ତ୍ରୀ ଭାନୁପ୍ରିୟା ବେହେରା, କେଶବ ବେହେରାଙ୍କ ସାନ ପୁଅ ସୁରେନ୍ଦ୍ର ବେହେରା, ସଦାନନ୍ଦ ବେହେରା ଓ ତାଙ୍କ ଝିଅ ବିମଳା ବେହେରା ଗୁରୁତର ହୋଇଥିଲେ। କେଶବ ବେହେରା ଅଚେତ ଅବସ୍ଥାରେ ରାୟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଭାସ୍କର ବେହେରା, ସୁରେନ୍ଦ୍ର ବେହେରା ଓ ଭାନୁପ୍ରିୟା ବେହେରାଙ୍କୁ ମଧ୍ୟ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି। ରୁଦ୍ର ବେହେରା, ମଞ୍ଜୁଶ୍ରୀ ବେହେରା, ଲିଙ୍ଗରାଜ ବେହେରା, ଶବ୍ୟା ବେହେରା ବି ଗୁରୁତର ଥିବା ଜଣାପଡ଼ିଛି। ଉଭୟ ଗୋଷ୍ଠୀ ପକ୍ଷରୁ ଖଡ଼ିଆଳ ଥାନାରେ ଏତଲା ଦିଆଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି।
ପାରିବାରିକ କଳହରୁ ଗୋଷ୍ଠୀ ସଂଘର୍ଷ, ୧୧ ଗୁରୁତର
୪ ରାୟପୁର ସ୍ଥାନାନ୍ତର
/sambad/media/post_attachments/wp-content/uploads/2019/04/nuapada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)