ମରୁଡ଼ି ପାଇଁ ୪୧.୭୮ କୋଟି ଓ ଚକଡ଼ା ଲାଗି ୩. ୪୫ ଇନ୍‌ପୁଟ ସବ୍‌ସିଡି

ନୂଆପଡ଼ା ଜିଲ୍ଲା

ନୂଆପଡ଼ା: ଚଳିତ ବର୍ଷ ମରୁଡ଼ି କ୍ଷତି ପାଇଁ ୪୧କୋଟି ୭୮ଲକ୍ଷ ୫୦ହଜାର ୬୨୫ ଟଙ୍କା ଓ ଚକଡାପୋକ କ୍ଷତି ପାଇଁ ୩ କୋଟି ୪୫ଲକ୍ଷ ଇନ୍‌ପୁଟ ସବସିଡି ଜିଲ୍ଲାପାଳଙ୍କ ଜରୁରିକାଳୀନ ଶାଖାକୁ ପ୍ରଦାନ କରାଯାଇଛି। ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ୩ ବର୍ଷ ହେବ ମରୁଡି ହେଉଛି। ଜିଲ୍ଲାର ୫ଟି ତହସିଲ କାଯ୍ୟର୍ାଳୟକୁ ନଭେମ୍ବର ୨୭ ପର୍ଯ୍ୟନ୍ତ ଦିଆଯାଇଥିବା ମରୁଡି ଇନପୁଟ ସବସିଡି ତଥ୍ୟ ଅନୁସାରେ, ନୂଆପଡ଼ା ତହସିଲରେ ୧କୋଟି ୨୧ଲକ୍ଷ ୩୪ହଜାର୯୯୦ଟଙ୍କା ବଣ୍ଟା ଯାଇଛି, କୋମନା ତହସିଲରେ ୯୧ଲକ୍ଷ୩୮ହଜାର ୧୫ଟଙ୍କା, ଖଡିଆଳ ତହସିଲରେ ୮୧ଲକ୍ଷ ୪୫୨ଟଙ୍କା, ବୋଡେନ ତହସିଲରେ ୫୭ଲକ୍ଷ ୫୯ହଜାର ୨୩୧ ଟଙ୍କା, ସିନାପାଲି ତହସିଲରେ ୬୫ଲକ୍ଷ ୭୯ଲକ୍ଷ ୨୩୧ଟଙ୍କା ବଣ୍ଟା ସରିଛି। ଚଳିତ ବର୍ଷ ଇନ୍‌ପୁଟ ସବସିଡି ପାଇବା ଯୋଗ୍ୟ ଚାଷୀଙ୍କ ସମସ୍ତ ତଥ୍ୟ ସଂଗ୍ରହ ଚାଲୁ ରହିଥିବାରୁ ତହସିଲ କାଯ୍ୟର୍ାଳୟ ଗୁଡିକରୁ ଜରୁରି ଶାଖାକୁ ପହଞ୍ଚି ନାହିଁ। ଫଳରେ କେଉଁ ତହସିଲକୁ କେତେ ଟଙ୍କା ଦିଆଯିବ ତାହା ସ୍ପଷ୍ଟ ଜଣାପଡି ନାହିଁ। ଏପଟେ ଚକଡାପୋକ କ୍ଷତି ପାଇଁ ଚାଷୀଙ୍କ ରିପୋର୍ଟ ପ୍ରସ୍ତୃତି ଚାଲୁ ରହିଥିବା ବେଳେ କିଛି ଦିନ ମଧ୍ୟରେ ଚକଡ଼ା ପୋକ କ୍ଷତିଗ୍ରସ୍ତଙ୍କୁ ଇନପୁଟ ସବସିଡି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି।
ନୂଆପଡ଼ା ଜିଲ୍ଲାରେ ମରୁଡି ଯୋଗୁଁ ୬୧୪୪୮.୬୨ ହେକ୍ଟର ଧାନ ଫସଲ ଅର୍ଥାତ ୬୦.୮୬ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ରିଲିଫ କମିସନରଙ୍କୁ ଦେଇଥିବା ରିପୋର୍ଟରୁ ଜଣାଯାଇଛି। ଜିଲ୍ଲାର ୫ଟି ବ୍ଲକର ୧୨୯ଟି ପଂଚାୟତର ୬୧୮ଟି ଗାଁ ଏବଂ ୩ଟି ଏନଏସିର ୧୯ଟି ଓ୍ଵାର୍ଡରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ୩୩ ପ୍ରତିଶତରୁ ୫୦ ପ୍ରତିଶତ ମଧ୍ୟରେ ୪୫୦୬୫.୨୦ ହେକ୍ଟର ଓ ୫୦ ପ୍ରତିଶତରୁ ଅଧିକ ୧୬୩୭୩.୪୨ ହେକ୍ଟର ଚାଷ ଜମିରେ ଧାନ ଚାଷ ନଷ୍ଟ ହୋଇଛି। ନୂଆପଡ଼ା ବ୍ଲକରେ ୩୧ଟି ପଞ୍ଚାୟତ ମଧ୍ୟରେ ୧୫୪ ଗାଁ ଏବଂ ୨ଟି ଏନଏସିର ୧୬ଟି ଓ୍ଵାର୍ଡର ୧୮୩୦୩.୭୧ ହେକ୍ଟର, ସମୁଦାୟ ୫୫.୧୧ ପ୍ରତିଶତ ଚାଷ ପ୍ରଭାବିତ ହୋଇଛି।

ସେହିପରି କୋମନା ବ୍ଲକରେ ୩୨ଟି ପଞ୍ଚାୟତର ୧୫୦ଟି ଗାଁର ୧୮୩୦୩.୭୧ ହେକ୍ଟର ଅର୍ଥାତ ୪୯.୧୫ ପ୍ରତିଶତ, ଖଡିଆଳରେ ୨୬ଟି ପଞ୍ଚାୟତର ୧୧୧ଟି ଗାଁ ଏବଂ ଗୋଟିଏ ଏନଏସିର ୩ ଓ୍ଵାର୍ଡର ୧୧୨୭୭.୭ ହେକ୍ଟର ଅର୍ଥାତ ୭୯.୦୨ ପ୍ରତିଶତ, ବୋଡେନରେ ୧୫ଟି ପଞ୍ଚାୟତରେ ୮୭ଟି ଗାଁର ୧୧୩୩୮.୯୯ ହେକ୍ଟର ଅର୍ଥାତ ୭୬.୯୯ ପ୍ରତିଶତ, ସିନାପାଲି ବ୍ଲକରେ ୨୫ ପଞ୍ଚାୟତର ୧୧୬ଟି ଗାଁ ୧୦୦୨୪ ହେକ୍ଟର ଅର୍ଥାତ ୫୭.୮୮ ପ୍ରତିଶତ ମରୁଡି ହୋଇଥିବା ରିପୋର୍ଟରୁ ଜଣାଯାଇଛି।
ସେହିପରି ନୂଆପଡ଼ା ଜିଲ୍ଲାର ୩୦୯୦.୮୯ ହେକ୍ଟର ଧାନ ଫସଲ ଚକଡ଼ା ଯୋଗୁଁ ନଷ୍ଟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। ଜିଲ୍ଲାର ୫ଟି ବ୍ଳକର ୮୭ଟି ପଞ୍ଚାୟତର ୨୯୨ଟି ଗାଁ ଏବଂ ୩ଟି ଏନଏସିର ୧୭ଟି ଓ୍ଵାର୍ଡରେ ଧାନ ଫସଲ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ରିଲିଫ କମିସନରଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି। ଜିଲ୍ଲାର ନୂଆପଡ଼ା ବ୍ଲକରେ ୧୮୩୪ ହେକ୍ଟର, ସିନାପାଲି ବ୍ଳକରେ ୮୨୬ହେକ୍ଟର, କୋମନା ବ୍ଲକରେ ୪୦.୨୯, ଖରିଆର ବ୍ଲକରେ ୧୨୦.୧ ହେକ୍ଟର ଏବଂ ବୋଡ଼େନ ବ୍ଲକରେ ୨୭.୪ ହେକ୍ଟର ଜମିର ଫସଲକୁ ଚକଡା ନଷ୍ଟ କରିଦେଇଥିବା ଦର୍ଶାଯାଇଛି।

ସମ୍ବନ୍ଧିତ ଖବର