ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ କମିଟି ପକ୍ଷରୁ ସମସ୍ତ ଅଫିସରେ ବିକ୍ଷୋଭ

ନୂଆପଡ଼ା/କରଙ୍ଗାମାଲ: ବୋଡେନ ବ୍ଲକ ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ବୋଡେନ ବ୍ଲକର ସମସ୍ତ ଅଫିସରେ ବିକ୍ଷୋଭ ସହ ଧାରଣା ଦିଆଯାଇଥିଲା। କମିଟିର ଜିଲ୍ଲା ଆବାହକ ହୀରାଲାଲ ମାଝୀଙ୍କ ଆହ୍ବାନକ୍ରମେ ଆଦିବାସୀ ସମୂହ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ବାହା‌ରିଥିଲେ। ପରେ ବନ ବିଭାଗ କାର୍ଯ୍ୟାଳୟ, କୃଷି ବିଭାଗ, ଏସ୍‌ବିଆଇ, ଥାନା, ବ୍ଲକ ଅଫିସ ସମ୍ମୁଖରେ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଦିବାସୀ ନେତା ତଥା ନୂଆପଡା ଜିଲ୍ଲା କ˚ଗ୍ରେସ ସଭାପତି ଘାସିରାମ ମାଝୀ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ଜଙ୍ଗଲଜମି କମିଟିର ସଭାପତି ଯୁଜେଷ୍ଟି ସାହୁ, ମକରନ ମାଝୀ, ସମିତି ସଭ୍ୟ ସୈାଦାଗର ସାହୁ, ବିଭୀଷଣ ମାଝୀ, ଉଦ୍ଧବ ମାଝୀ, ଲଷ୍ମଣ ମାଝୀ, ଚୈତନ୍ୟ ମାଝୀ, ମେଘନାଦ ଖର୍ସେଲ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ୟା ଗୁଡିକର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର