ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ

ନୂଆପଡ଼ା/ବୁର୍ଲା,: ନୂଆପଡ଼ା ଥାନା ଜୁନାନି ଗାଁର ଛକ ନିକଟରେ ଏକ କୁକୁଡା ବୋଝେଇ ପିକଅପ୍‌ ଭ୍ୟାନ ଧକ୍କାରେ ସୋମବାର ୨ ଜଣ ଗୁରୁତର ଆହତ ହୋଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ଦେବାନନ୍ଦ ସୁନାନୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅନ୍ୟ ଆହତ ଜେହେରୁ ତାଣ୍ଡିଙ୍କୁ ମଙ୍ଗଳବାର ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର