ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଯୁଗଳ କିଶୋରଙ୍କୁ ସଙ୍ଗୀତଶ୍ରୀ ସମ୍ମାନ

ନୂଆପଡ଼ା: ନୂଆପଡା ସଦର ବ୍ଲକ୍ ଗୋଡଫୁଲାର ଗାଁର ଯୁଗଳ କିଶୋର ସୋନୀ ଗତ ଡିସେମ୍ବର ୨୬ ଏବଂ ୨୭ରେ ନେପାଳର କାଠମାଣ୍ତୁର ସିଲପୀ ଥିଏଟର ଠାରେ ଆୟୋଜିତ ୬ଷ୍ଠ ତମ ଆର୍ନ୍ତଜାତୀୟ ଡ୍ୟାନସ ଏବଂ ମ୍ୟୁଜିକ ଫେଷ୍ଟିବାଲରେ ଯୋଗ ଦେଇଥିଲେ। ସେ ଉତ୍କଳ ଯୁବ ସାଂସ୍କୃତିକ ସଂଘ ସାଧାରଣ ସମ୍ବାଦକ କାର୍ତ୍ତିକ ଚନ୍ଦ୍ର ରଥଙ୍କ ସହଯୋଗରେ ସେଠାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ସଙ୍ଗୀତ ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଉକ୍ତ ସମ୍ମାନ ପାଇଁ ସେ ବାପା ଭୈରୋପ୍ରସାଦ ଏବଂ ମାତା ଅଞ୍ଜୁଲତାଙ୍କୁ ଶ୍ରେୟ ଦେଇଛନ୍ତି। ଯୁଗଳ ଖଇରାଗଡସ୍ଥିତ ଇନ୍ଥକଳା ସଙ୍ଗୀତ ବିଶ୍ବ ବିଦ୍ୟାଲୟରେ ସଙ୍ଗୀତ ଶିକ୍ଷା ଲାଭ କରିଛନ୍ତି। ଏହି ସମ୍ମାନ ମିଳିବା ପରେ ଶ୍ରୀ ସୋନୀଙ୍କୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ସମ୍ବନ୍ଧିତ ଖବର