କଟକରେ ପୁଲିସ-ଓକିଲ ମୁହାଁମୁହିଁ ପ୍ରସଙ୍ଗ:କେସିଙ୍ଗା ଓ ଖଡ଼ିଆଳ ଓକିଲ ସଂଘର ଧାରଣା

କେସିଙ୍ଗା: କଟକରେ ପୁଲିସ୍‌ ଓ ଓକିଲଙ୍କ ମୁହାଁମୁହିଁ ପ୍ରସଙ୍ଗଙ୍କୁ ନେଇ କେସିଙ୍ଗା ଜେଏମଏଫସି କୋର୍ଟକୁ କେସିଙ୍ଗା ଓକିଲ ସଙ୍ଘ ବନ୍ଦ କରି ଧାରଣା ଦେଇଥିଲା। ସଭାପତି ଦେବେନ୍ଦ୍ର ଭୁଜବଲଙ୍କ ତତ୍ତ୍ୱାବଧାନରେ ଓକିଲ ସଙ୍ଘର ଚିତ୍ତରଞ୍ଜନ ଭୋଇ, ପ୍ରକାଶ ଦାସ, ଗୋଲକ ପଟ୍ଟନାୟକ, ସମ୍ପାଦକ ଯୁଗଲ ଦୀପ୍‌, ଖାଣ୍ଟି ପ୍ରଧାନ, ସନ୍ତୋଷ ଦାସ, ସନ୍ଦିପ ବାର୍ନାଜୀ, ସୁଶାନ୍ତ ମହାପାତ୍ର ପ୍ରମୁଖ ବହୁ ଓକିଲ ଧାରଣାରେ ସାମିଲ ଥିଲେ।
ଖଡିଆଳ: କଟକରେ ଓକିଲ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ଖଡିଆଳ ଓକିଲ ସଂଘ ପକ୍ଷରୁ କଲମଛାଡ଼ ଆନ୍ଦୋଳନ କରାଯାଇଥିଲା। ଖଡିଆଳ ଠାରେ ଥିବା ପ୍ରଥମ ଶେଣୀ ବିଚାର ବିଭାଗୀୟ କୋର୍ଟ,ସବ ଜଜ୍‌ କୋର୍ଟ ସହିତ ଖଡିଆଳ ତହସିଲ କାର୍ଯ୍ୟରେ କଳମଛାଡ କରି ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଓକିଲ ସଂଘ ସଭାପତି ସୁରେଶ ଅଗ୍ରୱାଲ, ସମ୍ପାଦକ ରବୀନ୍ଦ୍ର କୁମାର, ଚିତ୍ତରଜଂନ ସିଂହଦେଓ, ପୂର୍ବ ଓକିଲ ସଂଘ ସଭାପତି ଅପ୍ରମେୟ ପଣ୍ଡା,ରାମ କିଙ୍କର ସିଂହଦେଓ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର