ନୂଆପଡ଼ା: ବିଦ୍ୟୁତ କାଟ୍‌କୁ ନେଇ ରାସ୍ତାରୋକ, ଅଟକିଲା ଶତାଧିକ ଯାନବାହନ

ନୂଆପଡ଼ା: ବିଦ୍ୟୁତ କାଟକୁ ବିରୋଧ କରି ନୂଆପଡ଼ା ଜିଲ୍ଲାର କୋମନା ଠାରେ ସ୍ଥାନୀୟ ଲୋକେ ଶୁକ୍ରବାର ସନ୍ଧ୍ୟାରେ ଛତିଶଗଡ଼ର ରାୟପୁର ଠାରୁ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଯାଇଥିବା ଜାତୀୟ ରାଜପଥ ୩୫୩ ନମ୍ବରକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି। ଉତ୍ତେଜିତ ଲୋକେ କୋମନା ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରିଛନ୍ତି।

ସୂଚନା ଅନୁସାରେ କୋମନା ଅଂଚଳରେ ହାତୀ ଚଳାଚଳ ଯୋଗୁଁ ୩ ଦିନ ହେଲା ବିଦ୍ୟୁତ କାଟ୍‌ ଲାଗି ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଅସନ୍ତୁଷ୍ଟ ଲୋକେ ବନ ବିଭାଗର କାର୍ଯ୍ୟକଳାପକୁ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି।

ସମ୍ବନ୍ଧିତ ଖବର