ନୂଆପଡ଼ା: ସିନାପାଲିରେ ମିକ୍ସଚର ମେସିନ ପୋଡ଼ିଲେ ମାଓବାଦୀ

ନୂଆପଡ଼ା: ସିନାପାଲି ଥାନା ଅନ୍ତର୍ଗତ ଗୋରଲା ଠାରୁ ଡୁମେରବାହାଲ ରାସ୍ତା ତିଆରି କାର୍ଯ୍ୟରେ ନିୟୋଜିତ ଏକ ମିକ୍ସଚର ମେସିନକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି। ମାଓପ୍ରବଣ ଡୁମେରବାହାଲ ଗ୍ରାମଠାରେ ଶନିବାର ଅପରାହ୍ନରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ) ଓଡ଼ିଶା ରାଜ୍ୟ କମିଟିର ମୁଖପାତ୍ର ଚକ୍ର ବିଶୋଇଙ୍କ ଦସ୍ତଖସ୍ତ ଥିବା କିଛି ପୋଷ୍ଟର ମଧ୍ୟ ପଡ଼ି ରହିଛି। ପୋଷ୍ଟରରେ ମାଓବାଦୀମାନଙ୍କ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦମନ ଲୀଳା ବଳ କରିବା ସହିତ ଗୁଳିବିନିମୟ ନାମରେ ପୁଲିସ ସେମାନଙ୍କୁ ହତ୍ୟା କରୁଥିବା ଅଭିଯୋଗ ହୋଇଛି।

ଗତ ମେ’ ମାସ ୧୨ ତାରିଖ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା ଗଗ୍ରା ଅଞ୍ଚଳରେ କମ୍ବ୍ରେଡ ସେବକ, ଏପି ସେକ୍ରେଟାରୀ ଓ କମାଣ୍ଡରଙ୍କୁ ପୁଲିସ ଧରି ନିର୍ଯ୍ୟାତନା ଦେବା ମିଛ ଗୁଳିବିନିମୟ ନାମରେ ହତ୍ୟା କରିଥିବା ସହ ବଲାଙ୍ଗୀର ଜିଲ୍ଲାର ଡୁବକିମାଲ ଜଙ୍ଗଲରେ ସିଆରପିଏଫ ଓ ଏସ୍‌ଓଜି ଯବାନମାନେ ଡିଭିଜନ କମିଟିର ସଭ୍ୟ କମ୍ବ୍ରେଡ ସଞ୍ଜୀବ, ଏସି. ସଭ୍ୟ କମ୍ବ୍ରେଡ ରାକେଶକୁ ଧରି ହତ୍ୟା କରିଛନ୍ତି। ସେହିପରି ପୋଷ୍ଟରରେ ନୂଆପଡ଼ା ଜିଲ୍ଲା ଉଇଁସାଜାନି ପଞ୍ଚାୟତ ଛିଳପାଣି ଗ୍ରାମର ସୁମିତ୍ରାଙ୍କୁ ଗିରଫ କରି ପୁଲିସ ନିର୍ଯ୍ୟାତନ ଦେଇଥିବା ଉଲ୍ଲେଖ ରହିଛି।

ସୁକଲ ସାଏ ପହରିଆଙ୍କୁ ପୁଲିସ ଡାକି ନେଇ ଜେଲ ପଠାଇବା ପରେ ଘଟଣାକୁ ଚପାଇବାକୁ ଉଦ୍ୟମ କରିଛି ବୋଲି ସେଠାରେ ପଡିଥିବା ଲିଫଲେଟରେ ଉଲ୍ଲେଖ ରହିଛି। ଜନତା ଓ ଜନବାଦୀ ପ୍ରେମୀଙ୍କୁ ପୁଲିସ ଗ୍ରୀନହଣ୍ଟ ଓ ଅନ୍ୟାନ୍ୟ ଯୋଜନା କରି ଚପାଇବା ପାଇଁ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର