ଛତିଶଗଡ଼ ନିର୍ବାଚନକୁ ବିରୋଧ କରି ମାଓବାଦୀଙ୍କ ଅଡିଓ ଟେପ୍ ଜାରି

ନୂଆପଡ଼ା: ପଡୋଶୀ ଛତିଶଗଡ଼ ରାଜ୍ୟରେ ବିଧାନ ସଭା ନିର୍ବାଚନକୁ ବିରୋଧ କରି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ସ˚ଗଠନର ମହାସମୁନ୍ଦ ଏରିଆ କମିଟି ତରଫରୁ ଅଡିଓ ଟେପ ଜରି ହୋଇଛି। ରମଣ ସି˚ ସରକାର ଶାସନ କାଳରେ ସାମ୍ରାଜ୍ୟବାଦୀ, ପୁ˚ଜିପତି, ସମ୍ଭ୍ରାନ୍ତଦାବୀ ରାଜ୍ୟବାସୀଙ୍କୁ ଲୁଟ୍ କରୁଛନ୍ତି। ଗତ ନିର୍ବାଚନରେ ଲୋକଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ପାଳନ କରିନାହାନ୍ତି। ଏବେ ପୁଣି ୫ ବର୍ଷ ପାଇଁ ଲୁଟିବାକୁ ଯୋଜନା କରୁଛନ୍ତି ବୋଲି ଏଥିରେ ଦର୍ଶାଯାଇଛି। ଆହୁରି କୁହାଯଇଛି ଯେ, କ˚ଗ୍ରେସ, ଯୋଗୀ କ˚ଗ୍ରେସ, ଭାଜପା, ଆପ୍ ଭଳି ବିପକ୍ଷ ଦଳ ମଧୢ ଆମେ ବି କମ୍‌ ନୁହନ୍ତି। ସେମାନେ ମଧ୍ୟ ଲୋକଙ୍କୁ ଭକୁଆ ବନେଇ ଲୁଟିବାର ଯୋଜନା କରୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ମଣିଷକୃତ ସମସ୍ୟା ଯୋଗୁ ଛତିଶଗଡ଼ରେ ଚାଷୀଙ୍କ ସ୍ଥିତି ଗମ୍ଭୀର ରହିଛି ା ଦରଦାମ ହୁ ହୁ ହୋଇ ବୃଦ୍ଧି ପାଉଥିବାବେଳେ ଚାଷୀଙ୍କୁ ତାଙ୍କର ଫସଲର ଉଚିତ ମୂଲ୍ୟ ମିଳୁନାହିଁ। ଏଭଳି ସ୍ଥିତିରେ ଋଣବୋଝ ଯୋଗୁଁ ପ୍ରତିବର୍ଷ ଚାଷୀ ଆତ୍ମହତ୍ୟା ବଢ଼ିବାରେ ଲାଗିଛି। ହକ୍ ଦାବି କଲେ ଚାଷୀଙ୍କୁ ଲାଠି ମାଡ଼ ହେଉଛି। ଚାଷୀଙ୍କୁ ଋଣଛାଡ଼ ହେଉନଥିବାବେଳେ ନିରଜ ମୋଦି, ଆଦାନୀ, ଆମ୍ବାନୀ, ବିଜୟମାଲ୍ୟ ଭଳି ପୁ˚ଜିପତିଙ୍କୁ ହଜାର କୋଟି ଟଙ୍କାର ଋଣ ମାଫ ହେଉଛି ବୋଲି କୁହାଯାଇଛି। ଏଭଳି ଶାସନ ବ୍ୟବସ୍ଥାରେ ଗରିବ ଆହୁରି ଗରିବ ଓ ଧନୀ ଆହୁରି ଧନୀ ହେଉଛନ୍ତି ବୋଲି ଟେପରେ ଦର୍ଶାଯାଇଛି। ଏହାର ପ୍ରତିବାଦରେ ଛତିଶଗଡ଼ର ଡକୋଶଲା ନିର୍ବାଚନ ମଣ୍ତଳୀରେ ବିଧାନସଭା ନିର୍ବାଚନକୁ ବନ୍ଦ କରିବାକୁ ମାଓ ସ˚ଗଠନ ତରଫରୁ ଦାବି କରିଛିନ୍ତି। ସେହିପରି ଗାଁ ଗାଁ ଘର ଘରକୁ ଆସି ଭୋଟ ଭିକ୍ଷା କରୁଥିବା ଶାସକ ଦଳ ନେତାଙ୍କୁ ଗତ ନିର୍ବାଚନ ସମୟର ପ୍ରତିଶ୍ରୁତି କାହିଁକି ପୂରଣ ହେଲା ନାହିଁ ଏବଂ ବିପକ୍ଷ ନେତାଙ୍କୁ ବିଜୟୀ ହେଲେ କଣ କରିବ ବୋଲି ପ୍ରଶ୍ନ କରନ୍ତୁ ବୋଲି ଆହ୍ବାନ ଦିଆଯାଇଛି। ଏଥି‌େର ମହାସମୁନ୍ଦ ଏରିଆ କମିଟି ଅଧୢକ୍ଷ ଦୀନେଶ ଓ ବଲାଙ୍ଗୀର-ବରଗଡ଼-ମହାସମୁନ୍ଦ ଡିଭିଜନ କମିଟି ସଚିବ ବସନ୍ତ କୁମାର ବୋଲି ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର