ଏନ୍‌ଏସି ଇଓଙ୍କୁ ହତ୍ୟା ଧମକ, ୨ ଗିରଫ

ନୂଆପଡ଼ା: ନୂଆପଡ଼ା ଏନଏସି ଇଓ ଦେବେନ୍ଦ୍ର ନାଥଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ନିର୍ମଳ ରାଉତ (୩୯) ଓ ହିତେଶ ସାହୁ (୨୩)ଙ୍କୁ ଗିରଫ କରିଛି। ଗୁରୁବାର ନିର୍ମଳ ଓ ହିତେଶ ଏନ୍‌ଏସି ଅଫିସ୍‌କୁ ଯାଇ ଇଓ ଶ୍ରୀ ମହାରଣା ଓ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏ ନେଇ ଇଓ ଥାନାରେ ଏତଲା ଦେଇଥିଲେ। ଥାନାରେ ଏନେଇ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର