ବିବାହର ୪ ଦିନ ପରେ ନବବଧୂଙ୍କ ମୃତ୍ୟୁ

ଯୌତୁକଜନିତ ହତ୍ୟା ଅଭିଯୋଗ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ପଞ୍ଚାୟତ ଖଇରଭାଡ଼ି ଗାଁର ଜଣେ ନବ ବିବାହିତା ଯୁବତୀ ମହମବତି ବାଗ(୧୮)ଙ୍କ ବିବାହର ମାତ୍ର ୪ ଦିନ ପରେ ମତ୍ୟୁ ଘଟିଛି। ଯୌତୁକଜନିତ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ପୀତାମ୍ବର ସଗରିଆ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଗତ ୫ ତାରିଖ ଦିନ ଖଇରଭାଡ଼ି ଗାଁର ପୁରନ୍ଦର ବାଗଙ୍କ ପୁଅ ରୂପଧର ବାଗ (୨୫) ବୈଦିକ ରୀତିନୀତିରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିକଟ ସାଲେପଡ଼ା ଗାଁର ପୀତାମ୍ବର ସଗରିଆଙ୍କ ଝିଅ ମହମବତିଙ୍କୁ ବିବାହ କରିଥିଲେ। ବିବାହର ୪ ଦିନ ନପୂରୁଣୁ ମହମବତିଙ୍କୁ ଅଧିକ ଯୌତୁକ ଦାବି କରି ନିର୍ଯାତନା ଦେଇଥିଲେ। ଶନିବାର ଭୋର ସମୟରେ ଓଢ଼ଣି ଦେଇ ମହମବତି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏନେଇ ଥାନା କେସ୍‌ ନଂ ୫୧/୧୮ରେ ମାମଲା ରୁଜୁ କରି ମହମବତିଙ୍କ ସ୍ୱାମୀ ରୂପଧରଙ୍କୁ ଖଡ଼ିଆଳ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର