ନୂଆପଡ଼ାରେ ନିରଞ୍ଜନଙ୍କୁ ସମ୍ବର୍ଦ୍ଧନା

ନୂଆପଡ଼ା : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନୂଆପଡ଼ା ଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଶୁକ୍ରବାର ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଶ୍ରୀ ପଟ୍ଟନାୟକ ଆସି ସକାଳ ୮ଟାରେ ସଦର ବ୍ଲକ ଗୋଡଫୁଲା ପଂଚାୟତ ହରିପୁର ଗ୍ରାମର ରତନ ମାଝୀଙ୍କ ଘରେ ଜଳଖିଆ ଖାଇଥିଲେ।

ପରେ ପୁଲିସ ପଡ଼ିଆରେ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହ ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ, ଓଡ଼ିଶା ସହ ପ୍ରଭାରୀ ଅନୀଲ ଚୈାଧୁରୀ, କାଯ୍ୟର୍କାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବ ସାଂସଦ ଶରତ ପଟ୍ଟନାୟକ, ପିସିସି ସଂପାଦକ ଅଧିରାଜ ପାଣିଗ୍ରାହୀ, ପଦ୍ମପୁର ପୂର୍ବ ବିଧାୟକ ସତ୍ୟଭୂଷଣ ସାହୁ, ନୂଆପଡା ବ୍ଲକ୍‌ ସଭାପତି ଆଲୋକ ଗୁୁରୁ ଯୋଗଦେଇଥିଲେ।

ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓଡ଼ିଶାର ପଛୁଆ ଜିଲ୍ଲା ନୂଆପଡ଼ାରୁ ଆଗାମୀ ୨୦୧୯ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ। ନୂଆପଡ଼ାରେ ଅର୍ଥନୈତିକ ଅଭିବୃଦ୍ଧି ହେଲେ ହିଁ ଜିଲ୍ଲାର ଦଳିତ ଓ ଆଦିବାସୀଙ୍କ ବିକାଶ ହୋଇ ପାରିବ ବୋଲି କାଯ୍ୟର୍କର୍ତ୍ତା ସମାବେଶକୁ ସମ୍ବୋଧନ କରିଥିଲେ। ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଶିକ୍ଷା, ସ୍ୱାସ୍ଥ୍ୟ, ଚାଷୀଙ୍କ ବିକାଶ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ସଭାରେ ୪ଟି ବ୍ଲକ ସଭାପତି, ଜିଲ୍ଲା ପରିଷଦ ସଭ୍ୟା ଉଷା ଚନ୍ଦ୍ରକାର, ସଭ୍ୟ ଉଜ୍ୱଳ ଗୁପ୍ତା, ରମୁଳୀ ଶବର, ଗିରିରାଜ ମାଝୀ, ମହିଳା, ଯୁବ, ଛାତ୍ର, କିଷାନ ମଜଦୁର କଂଗ୍ରେସର ତଥା ବିଭିନ୍ନ ସେଲର ପଦାଧିକାରୀ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର