ନୂଆପଡ଼ା: ପତୋରା ଯୋଗେଶ୍ୱର ମନ୍ଦିରରୁ ଚୋରି

ନୂଆପଡ଼ା: ମଙ୍ଗଳବାର ରାତିରେ ସଦର ବ୍ଲକ୍‌ ଅଞ୍ଚଳର ଧରମବନ୍ଧା ଥାନା ଅନ୍ତର୍ଗତ ପ୍ରସିଦ୍ଧ ପତୋରାସ୍ଥି ଯୋଗେଶ୍ୱର ଶିବ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି ହୋଇଛି।

ବୁଧବାର ସକାଳେ ପୂଜକ ମନ୍ଦିରକୁ ଗଲାରୁ ଚୋରି ହୋଇଥିବା କଥା ଜଣା ପଡ଼ିଲା।

ମନ୍ଦିରର ତାଲା ଭାଙ୍ଗି ଚୋରମାନେ ଦାନ ବାକ୍ସ ଓ ଶିବପାର୍ବତୀଙ୍କ ରୁପା ନିର୍ମିତ ମୁକୁଟ ଚୋରାଇ ନେଇଛନ୍ତି। ଦାନ ବାକ୍ସ ଖୋଲିବାର ସମୟ ହୋଇଯାଇଥିବାରୁ ସେଥିରେ ଲକ୍ଷାଧିକ ଟଙ୍କା ଥିବ ବୋଲି ଅନୁମାନ କରାଯାଉଛି। ଟଙ୍କା ନେଇଯିବା ପରେ ଚୋରମାନେ ମନ୍ଦିର ପରିସର ମଧ୍ୟରେ ଖାଲି ବାକ୍ସକୁ ଫିଙ୍ଗି ଦେଇ ଚାଲିଯାଇଛନ୍ତି।

ଖବର ପାଇ ବୁଧବାର ସକାଳେ ଧମରବନ୍ଧା ପୁଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର