ସାପ କାମୁଡ଼ାରେ ଜଣେ ମୃତ

ଥୁଆମୂଳ ରାମପୁର: ଶୋଇଥିବା ବେ‌ଳେ ବିଷଧର ସାପ କାମୁଡ଼ି ଦେବାରୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା କାଣୀଗୁମା ଗ୍ରାମର ଜମ୍ଭିତି ମାଜୀ (୪୩)ଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, କାଣୀଗୁମା ଗ୍ରାମର ଜମ୍ଭିତି ପ୍ରବଳ ଗରମ ଯୋଗୁଁ ଘର ବାରଣ୍ଡାରେ ଶୋଇଥିଲେ। ରାତି ପ୍ରାୟ ୩ଟା ସମୟରେ ଏକ ବିଷଧର ସାପ ତାଙ୍କ କାନ୍ଧରେ କାମୁଡିଥିଲା। ଡାକ୍ତରଖାନା ନେବା ପାଇଁ ଗାଡି ବ୍ୟବସ୍ଥା କରୁଥିବା ସମୟରେ ତାଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାରଙ୍କ ତତ୍ବାବଧାନରେ ଏଏସଆଇ ଅଜୟ ନାୟକ ଅନୁସନ୍ଧାନ କରୁଛନ୍ତି। ଘଟଣାସ୍ଥଳକୁ ଅତିରିକ୍ତ ତହସିଲଦାର ମଧ୍ୟ ପହଞ୍ଚିଥିଲେ। ଶବ ବ୍ୟବଚ୍ଛେଦ ପରେ ଶୁକ୍ରବାର ସମାଳେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର