ପାଣି ପଞ୍ଚାୟତରେ ଦୁର୍ନୀତି ମାମଲା:‘ଜମି ନ ଥାଇ କ୍ଷମତା ଅକ୍ତିଆର’

ନୂଆପଡ଼ା: ସ୍ଥାନୀୟ ସୁଖସାଗର ହୋଟେଲ ଠାରେ ଯୋଗେଶ୍ବର କୃଷକ ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଯୋଗେଶ୍ବର କୃଷକ ମଞ୍ଚ ଅଭିଯୋଗ କରିଛି ଯେ ପାଣି ପ˚ଚାୟତ (ଏପେକ୍ସ କମିଟି) ସଭାପତି ରାଜେଶ ନିଗମଙ୍କ ନାମରେ କୌଣସି ଜମିଜମା ନଥାଇ ମଧୢ ଜାଲିଆତି କରି ସେ ବର୍ଷ ବର୍ଷ ହେବ ସଭାପତି ପଦକୁ ହାତେଇ ଦୁର୍ନୀତି କରୁଛନ୍ତି। ରାଜେଶ ନିଗମ ବିଭାଗୀୟ ଏସଡିଓ ଇ˚ କବିରାଜ ବେହେରାଙ୍କ ସହାୟତାରେ ସଦସ୍ୟତା ନେବା ସହ ସଭାପତି ପଦ ହାତେଇଛନ୍ତି। ଏହା ଉପରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧୢ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ।

ଏହାକୁ ନେଇ ଥାନାରେ ମଧୢ ଏତଲା ଦିଆଯାଇଛି ଏବ˚ ମଞ୍ଚ ତରଫରୁ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ଘେରାଉ କରି ଦାବି ପତ୍ର ପ୍ରଦାନ କରାଯାଇଛି। କୈାଣସି କାର୍ଯ୍ୟାନୁଷ୍ଠାନ ନହେଲେ ତାଙ୍କ ବିରୋଧରେ କୋର୍ଟର ଆଶ୍ରୟ ନେବେ ଏବଂ ଆନ୍ଦୋଳନ କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ସମ୍ମିଳନୀରେ ଭରତଲାଲ ରାଉତ, ପ୍ରସନ୍ନ ପାଢୀ, କମଳେଶ ଦୀକ୍ଷିତ, ପୁରୁଷୋତମ ଦେୱାଙ୍ଗନ, ରାମସି˚ ମାଝୀ, ଲାଲ ସି˚ ମାଝୀ, ଲଖନ ରାଉତ, ସେନ୍ତାଷ ଦଣ୍ତସେନା, ରଞନ ସି˚ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର