ଚୋରି ମାମଲାରେ ପୁଲିସକୁ ମିଳୁନି ସଫଳତା

ନୂଆପଡ଼ା: ଗତ ଏପ୍ରିଲ ୩ ତାରିଖରେ ନୂଆପଡ଼ାର ଶିକ୍ଷକ ସାନ ପ୍ରଧାନଙ୍କ ୨ ଲକ୍ଷ ୮୦ ହଜାର ଟଙ୍କା ଗାଡ଼ିରୁ ଚୋରି ହୋଇଥିଲା। ଏନେଇ ଶ୍ରୀ ପ୍ରଧାନ ଥାନାରେ ଏତଲା ଦେଇଥିଲେ। ମାତ୍ର ଏହି ଘଟଣାକୁ ମାସେ ପୁରି ଯାଇଥିଲେ ହେଁ ପୁଲିସକୁ କୌଣସି ସଫଳତା ମିଳି ନାହିଁ। ଏହି ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବା ବେଳେ ପୁଲିସ ଚୋର ଧରିବାରେ ବିଫଳ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର