ବିବାହର ତିନି ମାସ ନ ପୂରୁଣୁ ଗର୍ଭବତୀଙ୍କ ମୃତ୍ୟୁ

ମୁରିବାହାଲ: ବିବାହକୁ ତିନି ମାସ ନ ପୂରୁଣୁ ଗର୍ଭବତୀ ନବବଧୂ ରୋଜି ପୋଢ଼ଙ୍କ ମୃତ୍ୟୁ ଘଟିଛି। ରକ୍ତହୀନତା କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୁରିବାହାଲ ଥାନା ବଡ଼ସାଇମରା ପଞ୍ଚାୟତ ଖରଜୁରୀ ଗ୍ରାମର ଗଜପତି ପୋଢ଼ଙ୍କ ବଡ଼ଝିଅ ରୋଜିଙ୍କ ବିବାହ ୨୬.୨.୧୯ ତାରିଖ ଦିନ ଚଲକି ପଞ୍ଚାୟତ ଖୁଜେନପାଲି ଗ୍ରାମର ମତୁଆଲ ବଗର୍ତ୍ତିଙ୍କ ପୁଅ ବାରୁ ବଗର୍ତ୍ତିଙ୍କ ସହ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିଲା। ଦେହରେ ରକ୍ତ କମ ଥିବାରୁ ରୋଜିଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର