ଖଡ଼ିଆଳ ଅଞ୍ଚଳରେ ବଢ଼ୁଛି ଚୋରି, ପୁଲିସ ନିଷ୍କ୍ରିୟ

ଖଡ଼ିଆଳ: ଖଡିଆଳ ସହର ସମେତ ବ୍ଲକ ଅଞ୍ଚଳରେ ଲୁଟେରା ଓ ଚୋରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏଥିପାଇଁ ପୁଲିସର ନିଷ୍କ୍ରିୟତାକୁ ଲୋକେ ଦାୟୀ କରିଛନ୍ତି। ଗତ ୩ ତାରିଖ ରାତିରେ ଦୋହେଲପଡା ଗ୍ରାମରେ ଭାସ୍କର ବେହେରାଙ୍କ ଘରେ ଥିବା ଟ୍ରାକ୍ଟରରୁ ବ୍ୟାଟେରି ଚୋରି ହୋଇଥିଲା। ଏହି ଗ୍ରାମର ରାଜେନ୍ଦ୍ର ବେହେରାଙ୍କ ଘରୁ ମଧ୍ୟ ୩ ଥର ବ୍ୟାଟେରି ଚୋରି ହୋଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ପୁଣି ଏହି ଅଂଚଳ ରିଷିଗାଁର ଚନ୍ଦ୍ର ଜାନୀ, ତୁକୁଲା ଗ୍ରାମର କେଦାର ମେହେରଙ୍କ ଘରେ ଥିବା ଟ୍ରାକ୍ଟରରୁ ବ୍ୟାଟେରି ଚୋରି ହୋଇଛି। ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଥିବା ଏମାନେ ପ୍ରକାଶ କରିଛନ୍ତି। ପୁଣି ଗତ ଡିସେମ୍ବର ୯ ତାରିଖ ରାତିରେ ରାୟପୁର ଯାଉଥିବା ଏକ ଟ୍ରକ୍ ଲକ୍ଷ୍ମୀପୁର ପାଖରେ ରହିଥିବା ବେଳେ ଲୁଟେରା ମାନେ ୨୪୦ ଲିଟର ଡିଜେଲକୁ ଚୋରାଇ ନେଇଥିଲେ। ପୁଣି ଖଡ଼ିଆଳ ସହରରେ ଥିବା ବ୍ରାହ୍ମଣ ପଡ଼ାର ପ୍ରଦୀପ ଖମାରୀ ନିଜ ପରିବାର ସହିତ ଭୁବନେଶ୍ବର ଯାଇଥିବା ବେଲେ ଡିସେମ୍ବର ୧୫ ତାରିଖ ରାତିରେ ଏକ ଚୋର ଦଳ ପଶି ୨ ଲକ୍ଷ ଟଙ୍କା ସହିତ ୬ ଭରି ସୁନା ଲୁଟି ନେଇଥିଲେ। ୧୬ ତାରିଖ ଚୋରି ସଂପର୍କରେ ଜାଣିବା ପରେ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏସ୍‌ପି ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର