ନୂଆପଡ଼ା: ଛେଳିକୁ ଖାଇଥିବା ବିଶାଳ ଅଜଗର ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ି ଦେଲେ ଲୋକେ; ଦେଖନ୍ତୁ ଭିଡିଓ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକରେ ଏକ ବିଶାଳ ଅଜଗରକୁ ଉଦ୍ଧାର କରାଯାଇଛି। ଏହି ବ୍ଲକ ଅନ୍ତର୍ଗତ ଫରସରା ଗ୍ରାମ ପଞ୍ଚାୟତର ଯୁବରାଜପୁରସ୍ଥିତ ମଧୋଝରେନ ଜଙ୍ଗଲରେ ଶୁକ୍ରବାର ସଂଧ୍ୟାରେ ଏକ ଅଜଗର ଏକ ଛେଳିକୁୁ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଗାଁର ଗାଈ ଚରାଳିମାନେ ଏହି ବିଶାଳକାୟ ଅଜଗର ଛେଳି ଖାଉଥିବାର ଦେଖି ଭୟଭୀତ ହୋଇ ଯାଇଥିଲେ। ପରେ ସେମାନେ ଗାଁ ଲୋକଙ୍କୁ ଅଜଗର ସଂପର୍କରେ ସୂଚୀତ କରିଥିଲେ।

ଏପରି ଏକ ଦୃଶ୍ୟ ଦେଖିବା ପରେ ଗାଁ ଲୋକେ ମିଶି ଅଜଗରକୁ ଧରି ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଏହି ଅଜଗର ସାପଟିକୁ ସୁନାବେଡା ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯାଉ ବୋଲି ଗାଁ ଲୋକେ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଅଜଗରଟି ଶୋଇ ରହିଥିବା ବେଳେ ସ୍ଥାନୀୟ ଲେକେ ତାହାର ଭିଡିଓ ଓ ଫଟୋ ଉତ୍ତୋଳନ କରିଛନ୍ତି। ଅଜଗରଟି ଲମ୍ବ ହୋଇ ପଡ଼ି ରହିଥିବାର ଭିଡିଓରେ ଦେଖିବାକୁ ମିଳିଛି। ଅଜଗର ଗିଳିଥିବା ଛେଳିଟି  ପେଟ ଭିତରେ ରହିଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଛି।

ସମ୍ବନ୍ଧିତ ଖବର