କାଳବୈଶାଖୀର ତାଣ୍ଡବ

ମୁରିବାହାଲ: ଶୁକ୍ରବାର ରାତିରେ ମୁରିବାହାଲ ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖାଯାଇଥିଲା। ଘଡ଼ଘଡ଼ି ସହ ପ୍ରବଳ ବେଗରେ ଝଡ଼ ତୋଫାନ ‌ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡ଼ି ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ଫଳରେ ସଂପୂର୍ଣ୍ଣ ବ୍ଲକ ଅଞ୍ଚଳ ୪୮ ଘଣ୍ଟା ହେଲା ଅନ୍ଧକାରରେ ରହିଛି। ଶୁକ୍ରବାରର କାଳ ବୈଶାଖୀ ‌ଯୋଗୁଁ ବଡ଼ ବଡ଼ ଗଛ ଭାଙ୍ଗି ଯାଇଛି।

ସମ୍ବନ୍ଧିତ ଖବର