ଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ୨୦ ବର୍ଷ ଓ ଜଣକୁ ୧୦ ବର୍ଷ ଜେଲ

ନୂଆପଡ଼ା: ଜିଲ୍ଲା ଦୌରାଜଜ ଅସିମ କୁମାର ଦଳବେହେରା ମଙ୍ଗଳବାର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ୩ ଜଣଙ୍କୁ ୨୦ ବର୍ଷ ଓ ଜଣକୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ଆଠ ଜଣ ସାକ୍ଷୀଙ୍କ ବୟାନକୁ ପ୍ରମାଣିତ କରି ଜଜ ଦଳବେହେରା ନୂଆପଡ଼ା ଥାନା ଅନ୍ତର୍ଗତ ଝିଲମିଲା ଗ୍ରାମର ଅନୀଲ ସବର, ନୀଳାମ୍ବର ସବର ଓ ଭକ୍ତ ସବରଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଥିବା ବେଳେ ହୋମସିଂହ ସବରଙ୍କୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ଏହି ଘଟଣାରେ ଗ୍ରାମର ସିୟାରାମ ସବରକୁ ଜଜ ନିର୍ଦ୍ଦେଷରେ ଖଲାସ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ଜାନୁଆରି ୨୮ରେ ଗ୍ରାମର ଜଣେ ବିବାହିତା ଶୌଚ ହେବାକୁ ଯାଇଥିବା ବେଳେ ଅନିଲ, ନୀଳାମ୍ବର ଓ ଭକ୍ତ ଯୋରଜବରଦସ୍ତି ଦୁଷ୍କର୍ମ କରିଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ହୋମସିଂହ ସବର ମହିଳାଙ୍କୁ ଉଦ୍ଧାର କରି ପରେ ସେ ମଧ୍ୟ ଦୁଷ୍କର୍ମ କରିଥିଲେ।

ସମ୍ବନ୍ଧିତ ଖବର