ଅବ୍ୟବସ୍ଥାରେ ନୂଆପଡ଼ା ଡାକ୍ତରଖାନା

ନୂଆପଡ଼ା: ରାଜ୍ୟ ସରକାର ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ  ବହୁ ଯୋଜନା କରୁଛନ୍ତି। ହେଲେ ଏହାର ବ୍ୟତିକ୍ରମ ଖୋଦ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳୁଛି। ଏଠାକୁ ପ୍ରତିଦିନ ଶତାଧିକ ରୋଗୀ ଆସୁଥିବା ବେଳେ ବିଶୁଦ୍ଧ ପାନୀୟ ଜଳ ଟୋପେ ମିଳୁନଥିବା ଅଭିଯୋଗ ହୋଇଛି । ସହରର ତାମପାତ୍ରା ୪୨ ଡିଗ୍ରି ରହୁଥିବା ବେଳେ ପାଣି ମିଳୁ ନଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁ୍‌ଖୀନ ହେଉଛନ୍ତି। ରୋଗୀଙ୍କ ପାଇଁ ପରିଶ୍ରାଗାର ଓ ପାଇଖାନା ଥିଲେ ମଧ୍ୟ ତାହା ଅପରିଷ୍କାର ହୋଇପଡିି। ଫଳରେ ପରିଶ୍ରାଗାର ବାହାନାରେ ରୋଗକୁ ଯେମିତି ଆମନ୍ତ୍ରଣ କରାଯାଉଛି। ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପାଇଁ ଫ୍ରିଜର ଲଗାଯାଇଛି କିନ୍ତୁ ପିଇବା ପାଇଁ ପାଣି ଟିକେ ମିଳୁନି। ଜେନେରେଟର ଅଛି ହେଲେ ଲାଇନ କଟିଗଲେ ଅନ୍ଧକାରରେ ରହୁଛି ଡାକ୍ତରଖାନା। ହସପିଟାଲ ପରିସରକୁ ସଫାସୁତୁରା ରଖିବା ପାଇଁ କର୍ମଚାରୀ ନିଯୁକ୍ତି ପାଇଥିଲେ ହେଁ ପରିସର ଅପରିଷ୍କାର ରହୁଛି।

ଗରମଦାଉରୁ ରକ୍ଷା ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ କୁଲର ସବୁ କିଣା ଯାଇଛି ହେଲେ ଗ୍ରୀଷ୍ମ ମାସରେ ତାହା କିଛି ୱାର୍ଡରେ ଲଗାଯାଇଥିବା ବେଳେ  କିଛି କୁଲରର ମଟର ପୋଡି ଯାଇଥିବା ବେଳେ କେତେକ କୁଲରରେ ପାଣି  ରହିବା ବ୍ୟବସ୍ଥା ନାହଁ। ଫଳରେ ରୋଗୀମାନେ ଗରମରେ ଶିଝୁଛନ୍ତି।  ରୋଗୀ ତଥା ସେମାନଙ୍କ ସମ୍ପର୍କୀୟ ବିଛଣା ଧରି ଛଟପଟ ହେଉଥିବା ଦେଖିବାକୁ ମିଳୁଛି। ହସପିଟାଲ ପରିସରରେ ଲାଗିଥିବା ହାଇମ୍ୟାକ୍ସ ଲାଇଟ ବହୁ ଦିନ ହେବ ଅଚଳ ହୋଇ ପଡିଛି। ଏନେଇ ଡାକ୍ତରଖାନାର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ ଏମସିଏଚ  ବିଲଡିଂରେ  ପିଇବା ପାଣି ପାଇଁ ୩ଟି ଫି୍ରଜର, ଓପିଡି ପାଇଁ ଗୋଟିଏ ଏବଂ ଆଉଟଡୋରରେ ଗୋଟିଏ ଫ୍ରିଜର ଦିଆଯାଇଛି । ଲୋକ ମାନେ ବ୍ୟବହାର କରିବା ସମୟରେ ଟ୍ୟାପ ଭାଙ୍ଗି ଦେଉଛନତି ନଚେତ କୁଲର ଫ୍ରିଜରକୁ  ଟେକି ପାଣି  ବାହାର କରୁଛନ୍ତି। ଆମେ ଆଉ ୨ଟି ମଟର ଇନଷ୍ଟଲ କରିଛୁ। ଏପ୍ରିଲରୁ  ଓଭରହ୍ୟାଡ ଟ୍ୟାଙ୍କରୁ ମଧ୍ୟ ପାଣି ସପ୍ଲାଇ ହେଉଛି। ବିଛା ଯାଇଥିବା ୱାଟର ଲାଇନ ୧୫ରୁ ୨୦ ବର୍ଷ ହୋଇଥିବାରୁ ତାହାକୁ  ପରିବର୍ତ୍ତନ କଲେ ପାଣି ଆଉ ଜାମ ହେବ ନାହୀଁ  ବୋଲି କହିଥିଲେ। ଅନ୍ୟପକ୍ଷେ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ରନ୍ଧାବଢ଼ା ପାଇଁ ଥିବା ସ୍ୟାଡ ପର୍ଯ୍ୟାପ୍ତ ନୁହେଁ, ଆମେ ତାଙ୍କ ପାଇଁ ଆଉ ସ୍ୟାଡ ନିର୍ମାଣ କରିବୁ ବୋଲି କରିଥିଲେ।

ସମ୍ବନ୍ଧିତ ଖବର