ମଦ ଜବତ ୨ ଗିରଫ

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗଁା ଗ୍ରାମ ପଞ୍ଚାୟତର ବାଞ୍ଜିମୁଣ୍ଡା ଗ୍ରାମରେ ମଦ ଚୋରା ଚାଲାଣ ହେଉଥିବା ସମୟରେ ବୌଦ୍ଧ ଜିଲ୍ଲା ଅବାକରୀ ବିଭାଗ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶକ୍ରମେ ରବିବାର ମୋବାଇଲ୍‌ ପାର୍ଟିର ନେତୃତ୍ବ ନେଇଥିବା ଅବକାରୀ ନିରୀକ୍ଷକ ବିଜୟ ଧରୁଆ ପେଟ୍ରୋଲିଂ ସମୟରେ ମାଞ୍ଜିମୁଣ୍ଡା ଗ୍ରାମର ଘନ ରଣା (୩୯)ଙ୍କ ଠାରୁ ୧୦ ଲିଟର ଦେଶୀ ମଦ ଓ ସେହି ଗ୍ରାମର ସୁରଥ ରଣା (୩୨)ଙ୍କ ଠାରୁ ୯ ଲିଟର୍‌ ଦେଶୀ ମଦ ଜବତ କରିଛନ୍ତି। ଉକ୍ତ ପେଟ୍ରୋଲିଂ ଦଳରେ ଅବକାରୀ ଉପ ନିରୀକ୍ଷକ ଶରତ ଚନ୍ଦ୍ର ମହାନ୍ତି, କନେଷ୍ଟବଲ ନବୀନ ଡାଙ୍ଗ, ପବିତ୍ର ଜଗଦେବ ଓ ରେଣୁପ୍ରିୟା ଭୋଇ ସାମିଲ ଥିଲେ।

ସମ୍ବନ୍ଧିତ ଖବର