ନୂଆପଡ଼ା: କାର ଧକ୍କାରେ ଭିକ୍ଷା ମାଗି ପେଟ ପୋଷୁଥିବା ମହିଳାଙ୍କ ମୃତ୍ୟୁ

ନୂଆପଡ଼ା: ଭିକ୍ଷା ମାଗି ପେଟ ପୋଷୁଥିବା ଜଣେ ମହିଳା ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ନିକଟରେ କାର ଧକ୍କା ଦେବାରୁ ଗୁରୁବାର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୋମନାରୁ ଜାତୀୟ ରାଜପଥ ୩୫୩ ଦେଇ ଖରିଆରରୋଡ଼ ଯାଉଥିବା ଏକ ଲାଲ ରଙ୍ଗର ‘ଟଭେରା’ ମହିଳାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଉଥିବା ବେଳେ ଅଟକ ରଖିଛି ଜଙ୍କ ଥାନା ପୁଲିସ। ପ୍ରାପ୍ତ ଖବର ଅନୁଯାୟୀ ସରଗନ୍ଧ ଗ୍ରାମପଞ୍ଚାୟତ ରତାପାଲି ଗ୍ରାମର ପ୍ରେମବାଇ କେଉଟ(୪୫) ଦୁର୍ଘଟଣାର ଶିକାର ହୋଇଛନ୍ତି। ସୂଚନା ମିଳିବା ପରେ ଟାଉନ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

ପ୍ରେମବାଇ ପ୍ରାୟ ୨ ବର୍ଷ ହେବ ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ବେଳେ, ତାଙ୍କର ପତି ଦାଦନ ଖଟିବାକୁ ଯାଇଛନ୍ତି। ଘରେ ଅଛି ୨୨ ବର୍ଷର ଯୁବକ ପୁଅ। କିନ୍ତୁ ଦୁଃଖର ବିଷୟ ଯେ କାମଧନ୍ଦା ମିଳୁ ନ ଥିବାରୁ ପ୍ରେମବାଇଙ୍କୁ ଭିକ୍ଷା ମାଗିବାକ ପଡୁଥିଲା।

ସମ୍ବନ୍ଧିତ ଖବର