ମହିଳାଙ୍କ ଅଭିନବ ପ୍ରତିବାଦ:ମଦ ଦୋକାନ ଆଗରେ ବାଣ୍ଟିଲେ ସରବତ

ନୂଆପଡ଼ା: ଖରିଆର ରୋଡ଼ ଏନ୍‌ଏସିର ଓ୍ଵାର୍ଡ ନଂ ୯ ଶଙ୍କର ମନ୍ଦିର ଠାରେ ଖୋଲିଥିବା ବିଦେଶୀ ମଦ ଦୋକାନଙ୍କୁ ପଡ଼ାବାସୀ ଗୁରୁବାର ପୁଣି ବିରୋଧ କରିଛନ୍ତି। ସକାଳ ୧୦ଟାରେ ପଡ଼ାର ମହିଳାମାନେ ଉକ୍ତ ମଦ ଦୋକାନ ସାମନାରେ ଟେଣ୍ଟ ଲଗାଇ ରାସ୍ତାରେ ଯାଉଥିବା ଲୋକଙ୍କୁ ମଦ ପିଇବାକୁ ବାରଣ କରି ସରବତ ବାଣ୍ଟିଥିଲେ। ସେହିପରି ମଦ ଦୋକନାକୁ ଯାଇ ମଧ୍ୟ ଦୋକାନ ବନ୍ଦ କରିବା ପାଇଁ ନାରା ଦେଇଥିଲେ। ୨ଦିନ ମଧ୍ୟରେ ମଦ ଦୋକାନ ବନ୍ଦ ନହେଲେ ରାସ୍ତା ଘାଟ ଜାମ କରିବେ ବୋଲି ଧମକ ଦେଇଛନ୍ତି। ବିରୋଧକାରୀଙ୍କ ମଧ୍ୟରେ ମୁକେଶ ୟାଦବ, ବସନ୍ତ ମୁଣ୍ଡା, ଅଙ୍କିତ ଦାସ, ସୋନୁ ୟାଦବ, ଶିବ ସୁନା, ତ୍ରିଶୂଳ ଭାରତୀ, ଇନ୍ଦ୍ର ଭାରତୀ, ଗୋଲୁ ତାଣ୍ଡି, ରାଜୁ ଅଗ୍ରୱାଲ, ବାବୁ ୟାଦବ, ସୂରଜ ପଟେଲ, କେଶରୀ ସାଗର, ସୁମତି ୟାଦବ, ଅମ୍ରିତା ୟାଦବ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର